ETV Bharat / state

ଟାସ୍କଫୋର୍ସ ଚଢାଉ, ମୋଟା ଅଙ୍କର ଫାଇନ ଗଣିଲେ ଦୋକାନୀ

ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ନକ୍ସ ଦୋକାନ ଉପରେ ଚଢାଉ କରିଛି । ଟାସ୍କ ଫୋର୍ସର ମିଳିତ ଚଢ଼ାଉରେ ଅନେକ ଦୋକାନୀ ମୋଟା ଅଙ୍କର ଫାଇନ ଗଣିଥିବା ସୂଚନା ମିଳିଛି । ଅଧିକ ଫଢନ୍ତୁ...

ଟାସ୍କଫୋର୍ସ ଚଢାଉ, ମୋଟା ଅଙ୍କର ଫାଇନ ଗଣିଲେ ଦୋକାନୀ
ଟାସ୍କଫୋର୍ସ ଚଢାଉ, ମୋଟା ଅଙ୍କର ଫାଇନ ଗଣିଲେ ଦୋକାନୀ
author img

By

Published : Aug 13, 2021, 10:50 AM IST

ବୌଦ୍ଧ: ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ନକ୍ସ ଦୋକାନ ଉପରେ ଚଢାଉ କରିଛି । ଟାସ୍କ ଫୋର୍ସର ମିଳିତ ଚଢ଼ାଉରେ ଅନେକ ଦୋକାନୀ ମୋଟା ଅଙ୍କର ଫାଇନ ଗଣିଥିବା ସୂଚନା ମିଳିଛି ।

ଟାସ୍କଫୋର୍ସ ଚଢାଉ, ମୋଟା ଅଙ୍କର ଫାଇନ ଗଣିଲେ ଦୋକାନୀ

କୋରୋନା ମହାମାରୀ ସମୟରେ ସାଧାରଣ ଲୋକ ଜୀବନ ଜୀବିକାକୁ ନେଇ ବେଶ ପ୍ରଭାବିତ ଥିବା ବେଳେ କିଛି ବ୍ୟବସାୟୀ ଗ୍ରାହକଙ୍କୁ ବିଭିନ୍ନ ଆଳରେ ଲୁଟିବାରେ ଲାଗିଛନ୍ତି । ଗ୍ରାହକଙ୍କୁ ଠକୁଥିବା ତଥା ଉପଯୁକ୍ତ ମାନର ସାମଗ୍ରୀ ପ୍ରଦାନ କରୁନଥିବା ଏଭଳି ବ୍ୟବସାୟୀଙ୍କୁ ଧରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛନ୍ତି ।

ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କ ନେତୃତ୍ବରେରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଯୋଗାଣ ବିଭାଗ, ପୋଲିସ ପ୍ରମୁଖ ମିଳିତ ଭାବରେ ଗୁରୁବାର ବୌଦ୍ଧ ସହରର ରାଜନପାଲି ଛକ ନିକଟରେ ସୋମଦେବ ମିଠା ଦୋକାନରେ ଚଢ଼ାଉ କରିଥିଲେ । ସେଠାରେ କୋଭିଡ ଆଇନକୁ ଉଲ୍ଲଙ୍ଘନ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ, ବ୍ୟବସାୟ ପଞ୍ଜିକରଣ ନବୀକରଣ ଭଳି ଅନେକ ଅନିୟମିତତା କରିଥିବା ଦେଖିବାକୁ ମିଳିଛି ।

ଏ ନେଇ ଦୋକାନୀକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିଛି । ଯାହାକୁ ନେଇ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଭଳି ଚଢ଼ାଉ ଜିଲ୍ଲା ତମାମ ସବୁଆଡେ ଚାଲିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଶାସନର ଏପରି ଉଦ୍ୟମକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ସ୍କ୍ବାର୍ଡର ଏପରି ଚଢାଉରେ ହୋଟେଲ ମାଲିକମାନେ ଛାନିଆ ହୋଇଯାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.