ETV Bharat / state

ଉପାନ୍ତ ଅତଳସରା ଗ୍ରାମର ବିକାଶ ପାଇଁ ପ୍ରଶାସନର ବ୍ଲୁପ୍ରିଣ୍ଟ - ପାନୀୟଜଳର ଉତ୍କଟ ସମସ୍ୟା

ମହାନଦୀ କୂଳରେ ଅବସ୍ଥିତ ଗ୍ରାମରେ ମିଳୁନି ପାଣି । ସବୁକିଛି ଥାଇ ମଧ୍ୟ ଯୋଜନାର ସଫଳ ରୂପାୟନ ଠିକରେ ହୋଇ ପାରୁନଥିବା କାରଣରୁ ଗ୍ରାମରେ ରାସ୍ତା ଘାଟ ଠାରୁ ନେଇ ଅଙ୍ଗନବାଡି, ସ୍ବାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ସବୁକିଛି ଅବ୍ୟବସ୍ଥା ଘେରରେ ଥିବା ଅଭିଯୋଗ ହୋଇଛି ।

development of atalasara village
development of atalasara village
author img

By

Published : Mar 19, 2023, 11:54 AM IST

development of atalasara village

ବୌଦ୍ଧ: ମହାନଦୀ କୂଳରେ ଅବସ୍ଥିତ ଉପାନ୍ତ ଗ୍ରାମରେ ଅବ୍ୟବସ୍ଥିତ ସରକାରୀ ଯୋଜନା । ପାନୀୟଜଳ ଠାରୁ ନେଇ ସ୍ବାସ୍ଥ୍ୟ ସେବା, ଅଙ୍ଗନବାଡି, ରାସ୍ତା ଘାଟ, ଶୌଚାଳୟ ଭଳି ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ହୋଇଥିଲା ଅପହଞ୍ଚ । ହେଲେ ବର୍ତ୍ତମାନ ସେଠାରେ ଜିଲ୍ଲା ପ୍ରଶାସନ ପହଞ୍ଚି ସହାୟତାର ହାତ ବଢାଇବା ସହିତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆରମ୍ଭ କରିଛି ଉଦ୍ୟମ ।

ମହାନଦୀ କୂଳରେ ଅବସ୍ଥିତ ପାହାଡ ମୁଣ୍ଡିଆ ଗ୍ରାମ ତଥା ଅତଳସରା ଗ୍ରାମ, ଏହି ଗାଁର ଦହି 5ଟି ଜିଲ୍ଲାରେ ବେଶ ପରିଚିତ । ହେଲେ ସେଭଳି ଗ୍ରାମରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ସାତକୋଶିଆ ଅଭୟାରଣ୍ୟ ନିକଟରେ ରହିଛି ଏହି ଅତଳସରା ଗ୍ରାମ । ଗ୍ରାମରେ 3ଶହରୁ ଉର୍ଦ୍ଧ୍ବ ପରିବାର ରହିଥିବା ବେଳେ ଏଠାରେ ବର୍ଷ ତମାମ ଲାଗି ରହିଛି ପାନୀୟଜଳର ସମସ୍ୟା । ଏହାଛଡା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ମଧ୍ୟ ଠିକରେ ହୋଇ ପାରୁନାହିଁ । ଅବହେଳିତ ଅବସ୍ଥାରେ ଥିବା ଏହି ଗ୍ରାମର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।

ତେବେ ଦହିକୁ ନେଇ 5 ଜିଲ୍ଲାରେ ପରିଚିତ ଥିବା ଅତଳସରା ଗ୍ରାମକୁ ଅଧିକ ପ୍ରଚାର ପ୍ରସାର କରି ସ୍ଥାନୀୟ ମହିଳା ଗୋଷ୍ଠୀକୁ ମିଶନ ଶକ୍ତି ଜରିଆରେ ଆର୍ଥିକ ସ୍ବାବଲମ୍ବୀ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅତଳସରା ଗ୍ରାମର ବିକାଶ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି । ଗ୍ରାମର ବିଶେଷ ଅସୁବିଧା ଥିବା ପାନୀୟଜଳ, ଶୌଚାଳୟ, ଅଙ୍ଗନବାଡି ଭଳି କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରଥମେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ଅତଳସରା ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିର ନୂତନ ପ୍ରକ୍ରିୟା ଆରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ଗ୍ରାମରେ ମହିଳା ଗୋଷ୍ଠୀର ଆର୍ଥିକ ବିକାଶ ପାଇଁ ବସାଦହିକୁ ଅଧିକ ପ୍ରୋତ୍ସାହିତ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ସେପଟେ ପାହାଡ ମୁଣ୍ଡିଆ ଉପରେ ଅତଳସରା ଗ୍ରାମ ଥିବାରୁ ଏଠାରେ ଜଳସ୍ତର ନିମ୍ନରେ ରହୁଛି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ପ୍ରାଣୀଧନ ଚିକିତ୍ସା ମଧ୍ୟ କରାଯାଇଥିଲା । ଗ୍ରାମବାସୀଙ୍କ ସହିତ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସ୍ଥାନୀୟ ସମସ୍ୟା ଓ ହିତାଧିକାରୀଙ୍କ ଦୁଃଖ ଶୁଣି ସହାୟତା ଯୋଗାଇଥିଲେ ।

ତେବେ ଜିଲ୍ଲାପାଳଙ୍କ ଅତଳସରା ଗସ୍ତ ସମୟରେ ନିକଟରେ ଥିବା ଐତିହାସିକ ଶୀତଳପାଣି ଡାକ ବଙ୍ଗଳା ପରିଦର୍ଶନ ସମୟରେ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅନିୟମିତତା ପରିଲକ୍ଷିତ କରି ଜିଲ୍ଲାପାଳ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଜିଲ୍ଲାପାଳଙ୍କ ଅତଳସରା ଗସ୍ତକୁ ଗ୍ରାମବାସୀ ସ୍ବାଗତ କରିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ ସେଠାରେ ପହଞ୍ଚିବା ସମୟରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଅତି ତରବରିଆ ଭାବରେ ଗ୍ରାମରେ ଦୀର୍ଘ ଦିନରୁ ଖରାପ ହୋଇ ପଡିରହିଥିବା ନଳକୂପ ସଜାଡୁ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.