ETV Bharat / state

ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ‘ବୃହତ ସାରୁ ପତ୍ର’

ସାରୁ ପତ୍ର ପାଇଁ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଯୁବ ଗବେଷକ । ପ୍ରଥମ ଥର ପାଇଁ ଜିଲ୍ଲାର କୌଣସି ବ୍ୟକ୍ତି ଏଭଳି ବିଶ୍ବସ୍ତରୀୟ ରେକର୍ଡରେ ସ୍ଥାନ ପାଇଥିବାରୁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ...

ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ବୌଦ୍ଧର ସାରୁ ପତ୍ର

author img

By

Published : Dec 16, 2020, 10:42 PM IST

ବୌଦ୍ଧ: ସାରୁ ପତ୍ର, ପୁଣି ଏତେ ବଡ ଯେ ସାରା ବିଶ୍ବର ସର୍ବ ବୃହତ ସାରୁ ପତ୍ର ଭାବରେ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମର ଜୟରାମ ରଣା ଏକ ବୃହତ ଆକାରର ସାରୁ ପତ୍ର ଉତ୍ପାଦନ କରି ଏହି ବିରଳ କୃତିର ଅଧିକାରୀ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ।

ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ବୌଦ୍ଧର ସାରୁ ପତ୍ର

ସୂଚନା ମୁତାବକ ପ୍ରାୟ ଏକ ବର୍ଷ ପୂର୍ବରୁ ଏକ ପାହାଡିଆ ଅଞ୍ଚଳରୁ ଏକ ସାରୁକୁ ସଂଗ୍ରହ କରି ନିଜ ଘର ବାଡିରେ ରୋପଣ କରିଥିଲେ । ସେଥିରୁ ଏତେ ବଡ ପତ୍ର ବାହାରିଲା ଯେ ତାହା ଶେଷରେ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ବିଶ୍ବର ସର୍ବ ବୃହତ ସାରୁ ପତ୍ରର ମାନ୍ୟତା ପାଇଲା । ଏହି ପତ୍ରର ଲମ୍ବ 25 ଇଞ୍ଚ ଏବଂ ଚଉଡା 29 ଇଞ୍ଚ ରହିଛି । ବର୍ତ୍ତମାନ ଜୟରାମ ରଣା ଏନେର୍ଜେଟିକ ମଲିକୁଲ ଓ ଡିଏନଏ ରିସାଇକଲ ଉପରେ ଗବେଷଣା କରୁଛନ୍ତି ।

ଜୟରାମ ରଣା ଏହି ବିଶ୍ବସ୍ତରୀୟ ରେକର୍ଡର ଅଧିକାରୀ ହେବା ପରେ ଖୁସି ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ରଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.