ETV Bharat / state

ବୌଦ୍ଧରେ ବିଜେପିର 12 ଘଣ୍ଟିଆ ବନ୍ଦ ଡାକରା, ସମର୍ଥନ ଜଣାଇଲେ ଜନତା

author img

By

Published : Oct 30, 2021, 9:54 AM IST

ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ମମିତା ମେହେର ହତ୍ୟାକାଣ୍ଡର ତାତି । ଏନେଇ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ 12 ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ, ବୌଦ୍ଧରେ ବିଜେପିର 12 ଘଣ୍ଟିଆ ବନ୍ଦ ଡାକରା

ବୌଦ୍ଧ: ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ମମିତା ମେହେର ହତ୍ୟାକାଣ୍ଡର ତାତି । ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପକ୍ଷରୁ ଏଭଳି ଅମାନବୀୟ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଉଛି । ଏନେଇ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଗତ କିଛି ଦିନ ହେଲା ଏହାର ତାତି ଦେଖିବାକୁ ମିଳୁଛି । ତେବେ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ସମେତ ଜିଲ୍ଲାର ସମସ୍ତ ଥାନା ଘେରାଉ ତଥା ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି (ଶନିବାର) ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ 12 ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ, ପୁରୁଣାକଟକ ଓ ହରଭଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ବନ୍ଦ ପାଳନ କରିଛନ୍ତି । ସମସ୍ତ ବସ ଚଳାଚଳ, ଅଫିସ, ସ୍କୁଲ କଲେଜ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ସାଧାରଣ ଲୋକ ମଧ୍ୟ ବନ୍ଦକୁ ସ୍ବତଃ ଭାବରେ ସମର୍ଥନ ଦେଇଛନ୍ତି ।

ତେବେ ମନ୍ତ୍ରୀଙ୍କୁ ବରଖାସ୍ତ ଓ ଏଭଳି ନିର୍ମମ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.