ETV Bharat / state

ଭୂମିହୀନଙ୍କୁ ମିଳୁନି ଜମିପଟ୍ଟା, ଧାରଣାରେ ବସିଲେ ହିତାଧିକାରୀ

ଜିଲ୍ଲାର ତିନୋଟି ତହସିଲ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳର ବିଭିନ୍ନ ଗ୍ରାମରେ ଭୂମିହୀନ ଲୋକଙ୍କୁ ଜମିପଟ୍ଟା ମିଳୁ ନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଜମିଭୂମି ହୀନଙ୍କୁ ମିଳୁନି ଜମିପଟ୍ଟା, ଧାରଣାରେ ବସିଲେ ହିତାଧିକାରୀ

author img

By

Published : Dec 14, 2021, 10:55 PM IST

ବୌଦ୍ଧ: ଜିଲ୍ଲାର ତିନୋଟି ତହସିଲ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳର ବିଭିନ୍ନ ଗ୍ରାମରେ ଭୂମିହୀନ ଲୋକଙ୍କୁ ଜମିପଟ୍ଟା ମିଳୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭୂମିହୀନ ଲୋକେ ଗଣଧାରଣା ଦେଇଛନ୍ତି । ଜିଲ୍ଲାରେ ବସୁନ୍ଧରା, ଜଙ୍ଗଲ ଜମି ଓ ଜାଗା ମିଶନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏଥିରେ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ହୋଇଛି ।

ଜମିଭୂମି ହୀନଙ୍କୁ ମିଳୁନି ଜମିପଟ୍ଟା, ଧାରଣାରେ ବସିଲେ ହିତାଧିକାରୀ

ମଙ୍ଗଳବାର ବୌଦ୍ଧ ତହସିଲ ଅନ୍ତର୍ଗତ ବଘିଆପଡା RI ସର୍କଲର ଶତାଧିକ ଭୂମିହୀନ ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ନୂଆସାହି ବସ୍ତିର ଭୂମିହୀନ ମାନେ ଜାଗା ମିଶନରେ ଜାଗା ପାଇନଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଏହି ଜାଗା ମିଶନରେ ସାମିଲ କରାନଯାଇ ଅଣଓଡ଼ିଆ ତଥା ସମ୍ଭ୍ରାନ୍ତ ଶ୍ରେଣୀୟଙ୍କୁ ଜମିପଟ୍ଟା ଦିଆଯାଉଥିବା ଅଭିଯୋଗ ହୋଇଛି ।

ତୁରନ୍ତ ଏହାର ତଦନ୍ତ କରି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ତୀବ୍ର ଜନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳର ବିଭିନ୍ନ ଗ୍ରାମର ଭୂମିହୀନ । ଏହାକୁ ନେଇ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବୌଧ ପ୍ରତିନିଧି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.