ବୌଦ୍ଧ: ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର ଅଚାନକ କଣ୍ଟାମାଳର ଦେଉଳଡୁଙ୍ଗୁରୀ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିଥିଲେ । କୁନି କୁନି ପିଲା ଓ ଅଭିଭାବକଙ୍କ ସହ ମିଶି ଆଲୋଚନା କରିଥିଲେ। ପିଲାମାନେ ମଧ୍ୟ ବେଶ ଖୁସିରେ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ ।
ଜିଲ୍ଲାପାଳ ପିଲାମାନଙ୍କୁ ନୂଆ ପୋଷାକ ପ୍ରଦାନ କରିଥିଲେ । କିନ୍ତୁ କେନ୍ଦ୍ରରେ ଶୌଚାଳୟ ଓ ରୋଷେଇଘର ନଥିବାରୁ ଅସନ୍ତୋଷ ପ୍ରକାଶ କରି ବ୍ଲକ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଅଙ୍ଗନୱାଡି କେନ୍ଦ୍ରଟି ଦୁର୍ଵଳ ହୋଇପଡିଥିବାରୁ ଏହାର ତୁରନ୍ତ ମରାମତି କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସହିତ ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ସିଡିପିଓ ଜ୍ୟୋସ୍ନାରାଣୀ ପାଢୀ, ବ୍ଲକ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ