ETV Bharat / state

ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଜିଲ୍ଲା, ପରିତ୍ୟକ୍ତ ଅବସ୍ଥାରେ ପ୍ରାଚୀନ ଗୋପାଳଜୀ ମନ୍ଦିର

author img

By ETV Bharat Odisha Team

Published : Sep 6, 2023, 11:00 PM IST

ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ଅଧିକ ପଢନ୍ତୁ

ପରିତ୍ୟକ୍ତ ଅବସ୍ଥାରେ ପ୍ରାଚୀନ ଗୋପାଳଜୀ ମନ୍ଦିର

ବୌଦ୍ଧ: ଆଜି ପଲ୍ଲୀ ଠାରୁ ଦିଲ୍ଲୀ ସବୁଠାରେ ଗୁରୁଣ୍ଡି ଗୋପାଳଙ୍କ ଜନ୍ମୋତ୍ସବ ପାଇଁ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଧାର୍ମିକ ପୀଠରେ ଆଜି ଜନ୍ମାଷ୍ଟମୀ ଉତ୍ସବ ଧୁମଧାମରେ ପାଳନ କରାଯାଇଛି । ଜିଲ୍ଲା ସଦରମହକୁମା ଠାରେ ରହିଛି ଦୁଇଟି ପ୍ରାଚୀନ ରାଧାକୃଷ୍ଣଙ୍କ ମନ୍ଦିର । ଗୋଟିଏ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହିତ ଭକ୍ତଙ୍କ ଦ୍ବାରା ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିବା ବେଳେ ଅନ୍ୟ ମନ୍ଦିରରେ ଠାକୁରଙ୍କ ଆସ୍ଥାନ ଖାଲି ପଡିବା ସହିତ ମନ୍ଦିରଟି ପରିତ୍ୟକ୍ତ ହୋଇ ପଡ଼ିଛି । ଏହାର ମରାମତି ସହ ମନ୍ଦିର ଆସ୍ଥାନ ପୂରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଏହା ବି ପଢନ୍ତୁ.. ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ଗାଁ ଠୁ ସହର, କୃଷ୍ଣମୟ ହୋଇ ଉଠିଛି ପରିବେଶ

ସୂଚନା ଅନୁଯାୟୀ, ଗନ୍ଧରାଡ଼ିର ହରିହର ମନ୍ଦିର ଓ ରାମେଶ୍ବର ମନ୍ଦିର ସମୂହ ପରେ ବୌଦ୍ଧ ଗଡ଼ଜାତରେ ଶେଷ ପଥରର ମନ୍ଦିର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗ କରାଯାଇ ଗୋପାଳଜୀ ମନ୍ଦିର ନାଁରେ ନାମିତ କରାଯାଇଥିଲା । ମନ୍ଦିର ପ୍ରାୟ ଦୁଇ ଶହ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ଗଡ଼ଜାତର ଭଞ୍ଜ ନରପତି ଚନ୍ଦ୍ରଶେଖର ଦେବ ଜଣେ ପରମ ଶ୍ରୀକୃଷ୍ଣ ଭକ୍ତଥିଲେ। ଚନ୍ଦ୍ରଶେଖର ଅନେକ କାବ୍ୟକବିତା ଲେଖିବା ସହିତ ବୌଦ୍ଧର ରାଜବାଟୀ ପରିସରରେ ପଥରରେ ଏକ ସୁନ୍ଦର ଶ୍ରୀକୃଷ୍ଣ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ।ପରବର୍ତ୍ତୀ ସମୟରେ ତାଙ୍କ ପୁଅ ପୀତାମ୍ବର ଦେବ ରାଜ ସିଂହାସନ ଆରୋହଣ ପରେ ଉକ୍ତ ଶ୍ରୀକୃଷ୍ଣଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସହିତ ରାଧାକୃଷ୍ଣଙ୍କ ସୁନ୍ଦର ଯୁଗଳ ମୂର୍ତ୍ତି ସ୍ଥାପନ କରିଥିଲେ ।

ଏହା ବି ପଢନ୍ତୁ.. ଜନ୍ମାଷ୍ଟମୀ ଉତ୍ସବରେ ଚ଼ଳଚ଼ଞ୍ଚଳ ରାଉରକେଲା ସହର

ବର୍ତ୍ତମାନ ଉକ୍ତ ଗୋପାଳଜୀ ମନ୍ଦିର ଭାବରେ ପରିଚିତ ଶ୍ରୀକୃଷ୍ଣଙ୍କ ମନ୍ଦିର ଜଣେ ବ୍ୟକ୍ତି ଗତ ମାଲିକାନାରେ ଥିବା ବେଳେ ତାହା ଅତ୍ୟନ୍ତ ଅବହେଳିତ ତଥା ଭଗ୍ନ ଅବସ୍ଥାରେ ରହିଛି । ପ୍ରାୟ 70ଦଶକ ପର୍ଯ୍ୟନ୍ତ ଉକ୍ତ ଗୋପାଳଜୀ ମନ୍ଦିର ଆସ୍ଥାନରେ ରାଧାକୃଷ୍ଣ ପୂଜା ପାଉଥିଲେ । ହେଲେ ପରବର୍ତ୍ତୀ ସମୟରେ ତାହା ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇ ପଡ଼ିଛି । ସେପଟେ ଆଜି ଗଡ଼ଜାତ ସମୟରୁ ଶ୍ରୀକୃଷ୍ଣଙ୍କ ଅନ୍ୟତମ ପ୍ରାଚୀନ ପୀଠ ମଦନମୋହନ ମନ୍ଦିର ଠାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀ ଉତ୍ସବକୁ ମହାଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ । ବୌଦ୍ଧ ସହର ସମେତ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.