ETV Bharat / state

ବୌଦ୍ଧରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ - ଆବାସା ଯୋଜନାରେ କେଳେଙ୍କାରୀ

ବୌଦ୍ଧରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସହ ଗରିବ ହିତାଧିକାରୀଙ୍କୁ ଲାଞ୍ଚ ମଗାଯିବା ଓ ସାମାଜିକ ବାସନ୍ଦର ଭୟ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By

Published : Sep 3, 2020, 4:20 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଏକ ସାଧାରଣ କଥା ହୋଇଯାଇଛି । ଦାୟିତ୍ବରେ ଥିବା ସରକାରୀ ବାବୁଙ୍କ ଉଦାସୀନତା ଆଶ୍ଚର୍ଯ୍ୟ ଲାଗୁଥିବାବେଳେ ଏବେ ବୌଦ୍ଧ ଜିଲ୍ଲାର ଦୁଇଟି ପଞ୍ଚାୟତର ପ୍ରାୟ ସମାନ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସହ ଗରିବ ହିତାଧିକାରୀଙ୍କୁ ଲାଞ୍ଚ ମଗାଯିବା ଓ ସାମାଜିକ ବାସନ୍ଦର ଭୟ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ସପକ୍ଷରେ ନଥିବାରୁ ହିତାଧିକାରୀଙ୍କୁ ବର୍ତ୍ତମାନ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଥମଟି ଗୋଛାପଡା ପଞ୍ଚାୟତ ତଳିସାହିର ବାଳୀ ନାଏକ ନିର୍ବାଚନରେ ସହଯୋଗ କରି ନଥିବାରୁ ଏବେ ଆବାସ ଯୋଜନା ତାଙ୍କ ପାଇଁ ସପନ ହୋଇଯାଇଛି ।

ସେପଟେ ବନ୍ଧାପଥର ପଞ୍ଚାୟତ ନୂଆପାଲି ଗ୍ରାମର ଏକ ଗରିବ ବୁଣାକାର ପରିବାରକୁ ସ୍ଥାନୀୟ ଓ୍ବାର୍ଡ ମେମ୍ବର ଆବାସ ଗୃହ ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ଦେଇ ନପାରିବାରୁ ଉକ୍ତ ପରିବାରକୁ ସାମାଜିକ ବାସନ୍ଦର ଧମକ ସହିତ ମିଳିଥିବା ଆବାସ ଗୃହର ଦ୍ବିତୀୟ କିସ୍ତି ବନ୍ଦ କରାଯାଇଥିବା କହିଛନ୍ତି ଖୋଦ ହିତାଧିକାରୀ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.