ETV Bharat / state

ନୂଆ ବର୍ଷର 9 ଦିନରେ ସଡକ ଦୁର୍ଘଟଣା, ଜଣେ ମୃତ - ଦୁର୍ଘଟଣା ଜଣେ ମୃତ

ନୂଆ ବର୍ଷର 9 ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ହତ୍ୟାକାଣ୍ଡ ସହ ସଡକ ଦୁର୍ଘଟଣାରେ ଗଲାଣି ଏକାଧିକ ନାଗରିକଙ୍କ ଜୀବନ। ସଡକ ଦୁର୍ଘଟଣାରେ ମୃତ୍ୟୁ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ନୂଆ ବର୍ଷର ନଦିନରେ ପୁଣି ଏକ ସଡକ ଦୁର୍ଘଟଣା,ଜଣେ ମୃତ

author img

By

Published : Jan 9, 2021, 7:35 PM IST

ବୌଦ୍ଧ: ନୂଆବର୍ଷରୁ ଆରମ୍ଭ ହୋଇଥିବା ଅପରାଧିକ ମାମଲା ସହ ଦୁର୍ଘଟଣାର ଧାରା ଜାରି ରହିଛି । ବର୍ଷ ଆରମ୍ଭର 9 ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ 20ରୁ ଊର୍ଦ୍ଧ୍ବ ଛୋଟ ବଡ ଦୁର୍ଘଟଣା ଘଟି ଏକାଧିକ ନାଗରିକଙ୍କ ଜୀବନ ଯାଇଛି।

ନୂଆ ବର୍ଷର 9 ଦିନରେ ପୁଣି ଏକ ସଡକ ଦୁର୍ଘଟଣା, ଜଣେ ମୃତ

ଚୋରି, ଡକାୟତି ସହ ହତ୍ୟାକାଣ୍ଡ ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି। ବହୁ ଚର୍ଚ୍ଚିତ ରାଜନପାଲିର ଅଗସ୍ତି ମହାକୁଳ ହତ୍ୟାକାଣ୍ଡର ତ୍ବରିତ ତଦନ୍ତ କରି ବୌଦ୍ଧ ପୋଲିସ ତିନି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ କିରାସିରା ଗ୍ରାମର ହତ୍ୟାକାଣ୍ଡର ତିନି ଦିନ ପରେ ମଧ୍ୟ ଅଭିଯୁକ୍ତର ସନ୍ଧାନ ପାଉନି ପୋଲିସ ।

ସେପଟେ ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ମନମୁଣ୍ଡା ବାଏପାସ ଉପରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଡଙ୍ଗାଝୋଲ ଗ୍ରାମର ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଓ ଡ୍ରାଇଭରକୁ ମନମୁଣ୍ଡା ପୋଲିସ ଅଟକ ରଖିଥିବା ବେଳେ ରାସ୍ତା ନିର୍ମାଣ ର ଶୈଳୀ ଓ ସତର୍କ ସୂଚନା ଫଳକ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.