ETV Bharat / state

ଜୀବନ ଯୁଦ୍ଧରେ ହାରିଗଲେ ମହିଳା, ରାସ୍ତା ସମସ୍ୟାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

author img

By

Published : Jul 23, 2023, 8:48 PM IST

ଖରାପ ରାସ୍ତା କାରଣରୁ ଉପଯୁକ୍ତ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ମହିଳାଙ୍କ ଉଡିଗଲା ପ୍ରାଣବାୟୁ । ଅଧିକ ପଢ଼ନ୍ତୁ

ଖରାପ ରାସ୍ତା କାରଣରୁ ଉପଯୁକ୍ତ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ବୌଦ୍ଧ: ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବାଧକ ସାଜିଲା କାଦୁଅ ରାସ୍ତା । ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବା କାରଣରୁ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ କଣ୍ଟାମାଳ ନିର୍ବାଚନମଣ୍ଡଳୀର ଗୁନ୍ଦୁଳିଆ ପଞ୍ଚାୟତ ଅନ୍ତର୍ଗତ କିର୍ମାଖୋଲ ଗ୍ରାମରେ । ସରକାରଙ୍କ ସମସ୍ତ ବ୍ୟବସ୍ଥା ଓ ଯୋଜନା ପ୍ରତି ଏହା ଏକ ଉପହାସ । ଏହି ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।

ଉପାନ୍ତ ଅଞ୍ଚଳ ଏବେବି ସରକାରଙ୍କ ଦୃଷ୍ଟି ଆଢୁ଼ଆଳରେ ରହିଯାଉଛି । ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖନ ହେଉଛନ୍ତି । କିର୍ମାଖୋଲ ଗ୍ରାମରେ ରାସ୍ତାଘାଟର ସୁବିଧା ନଥିବା କାରଣରୁ ଅନେକ ସମୟରେ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ କିଛି ସୁଫଳ ମିଳି ନାହିଁ । ଏପରି ଖରାପ ରାସ୍ତା କାରଣରୁ ଦୀର୍ଘ ଦୁଇ ଘଣ୍ଟାର ଚେଷ୍ଟା ସତ୍ତ୍ବେ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ପହଞ୍ଚି ପାରିନଥିଲା । ଫଳରେ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବା କାରଣରୁ ଜଣେ ଗରିବ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା ।

ସୂଚନା ଅନୁଯାୟୀ, କିର୍ମାଖୋଲ ଗ୍ରାମର ବନବାସୀ କହଁର ଗତକାଲି ଶନିବାର ସକାଳୁ ନିତ୍ୟକର୍ମ ସାରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ । କିଛି ସମୟ ପରେ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ଗୁନ୍ଦୁଳିଆ ପଞ୍ଚାୟତର କିର୍ମାଖୋଲ ରାସ୍ତାରେ କାଦୁଅ ଜମା ହେବା କାରଣରୁ ସେଠାରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲା । କାଦୁଅ ପଚ୍‌ପଚ୍ ରାସ୍ତାରେ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ସଂର୍ଘଷ କରି ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ବିଳମ୍ବ କରିଥିଲା । ଫଳରେ ସେତେବେଳକୁ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା ।

ବନବାସୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ତାଙ୍କ ଦେହାନ୍ତ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସୂଚନା ପାଇ ମନମୁଣ୍ଡା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ତେବେ ରାସ୍ତା ସମସ୍ୟା ଯୋଗୁଁ ମହିଳାଙ୍କ ଦୁଃଖଦ ମୃତ୍ୟୁ ହୋଇ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏପରି ଅଭାବନୀୟ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବୁଦ୍ଧିଜୀବୀ ମହଲରେ ସରକାରଙ୍କୁୁ ଦୃଢ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.