ETV Bharat / state

ଅପହଞ୍ଚ ଇଲାକାର ଅଶୁଣା କଥା - ବୌଦ୍ଧ

ବର୍ଷ ବର୍ଷ ବିତିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲା ନେନ୍ଦନ ଗାଁ କୁ ଅପହଞ୍ଚ ସରାକାରୀ ଯୋଜନା । ସେପଟେ ପ୍ରଶାସନକୁ ନେନ୍ଦନ ଗାଁ ଠାରୁ ବିଚ୍ଛିନ୍ନ କରିଛି ପାହାଡିଆ ଜୋର ଶଗଡିଆ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 7, 2019, 2:45 PM IST

ବୌଦ୍ଧ: ଜିଲ୍ଲାର ଏପରି ଏକ ଗ୍ରାମ ଯାହା ଅଭିଶପ୍ତ ହେଲାଭଳି ପଡିରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିକାଶ ସବୁ କ୍ଷେତ୍ରରେ ସତେ ଯେପରି ଅପହଞ୍ଚ ହୋଇପଡିଛି ଏହି ଗାଁ । ଏ ଦୁଃଖ ହେଉଛି ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନେନ୍ଦନ ଗାଁ । ଏଠାକାର ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ପାହାଡିଆ ଜୋର ଶଗଡିଆ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅଧିକାଂଶ ସମୟ ଏହି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହୁଥିବା ଯୋଗୁଁ ସରକାରଙ୍କ ବିକାଶର ଧାରା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଗାଁରେ ଶିଶୁଙ୍କୁ ସଠିକ ପୋଷଣ ମଧ୍ୟ ମିଳିପାରୁ ନାହିଁ । ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଏଠାରେ ଶିଶୁ କୁପୋଷଣର ଶିକାର ହେଉଥିବା ଅଭିଯୋଗ ହୁଏ ।

ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଏହି ସ୍ଥାନରେ ଆଜି ପର୍ଯ୍ୟନ୍ତ କୌଣସି ଜିଲ୍ଲାପାଳଙ୍କ ପାଦ ପଡିନଥିବା କହନ୍ତି ଗ୍ରାମବାସୀ । ଯଦି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତି, ନିଶ୍ଚିତ ଭାବରେ ସରକାରଙ୍କ ବିକାଶର ଧାରା ଏଠାରେ ପହଞ୍ଚିବା ସହ ଅଞ୍ଚଳବାସୀ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇପାରନ୍ତେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ଏପରି ଏକ ଗ୍ରାମ ଯାହା ଅଭିଶପ୍ତ ହେଲାଭଳି ଅବହେଳିତ ହୋଇ ପଡିରହିଛି ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିକାଶ ସବୁ କ୍ଷେତ୍ରରେ ସତେଯେପରି ଅପହଞ୍ଚ ହୋଇପଡିଛି ।
ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନେନ୍ଦନ ଗ୍ରାମ । ଏଠାକାର ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ପାହାଡିଆ ଝରଣା ଶଗଡିଆ । ଅଧିକାଂଶ ସମୟ ଏହି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହୁଥିବା ଯୋଗୁଁ ସରକାରଙ୍କ ବିକାଶର ଧାରା ଠିକରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଏଠାରେ ଛୋଟ ଛୁଆ କୁପୋଷଣର ଶୀକାର ହେଉଥିବା ଅଭିଯୋଗ ହୁଏ ।ସ୍ବାଧୀନତା ର ୭୨ ବର୍ଷ ପରେ ଏହି ସ୍ଥାନକୁ କୌଣସି ଜିଲ୍ଲାପାଳ ପହଞ୍ଚି ନଥିବା କହନ୍ତି ଗ୍ରାମବାସୀ ।ଯଦି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତି, ନିଶ୍ଚିତ ଭାବରେ ସରକାରଙ୍କ ବିକାଶର ଧାରା ଏଠାରେ ପହଞ୍ଚିବା ସହ ଅଞ୍ଚଳବାସୀ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ପାରନ୍ତେ ।

Body:ଏକ ଅପହଞ୍ଚ ଇଲାକାର କରୁଣ କାହାଣୀ

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.