ETV Bharat / state

ବୌଦ୍ଧରେ 50 ଡେଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା - 50 corona cases have been reported in in Boudha

ବୁଧବାର ସାମ୍ପୋଚ କ୍ବାରେନଟାଇନ ସେଣ୍ଟରରୁ ଆଉ 5 ପଜିଟିଭ ଚିହ୍ନଟ ପରେ ଧିରେ ଧିରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ।

50-corona-cases-have-been-reported-in-in-boudha
ବୌଦ୍ଧରେ 50 ଡେଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା
author img

By

Published : Jul 9, 2020, 11:02 PM IST

ବୌଦ୍ଧ: ଜିଲ୍ଲାରେ 50 ଡେଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି(ବୁଧବାର) ସାମ୍ପୋଚ କ୍ବାରେନଟାଇନ ସେଣ୍ଟରରୁ ଆଉ 5 ପଜିଟିଭ ଚିହ୍ନଟ ପରେ ଧିରେ ଧିରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ରେଡଜୋନରୁ ଅବାଧରେ ଜିଲ୍ଲାରେ ଲୋକଙ୍କ ପ୍ରବେଶ ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇଛନ୍ତି ।

ବୌଦ୍ଧରେ 50 ଡେଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

ତେବେ 40 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରି ସାରିଥିବା ବେଳେ ଗତକାଲି ସାମ୍ପୋଚ କ୍ବାରେନଟାଇନ ସେଣ୍ଟରରେ ଥିବା 5 ଜଣ ପ୍ରବାସୀଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି । ତେବେ ରେଡଜୋନ ଅଞ୍ଚଳରୁ ଲୋକଙ୍କ ବୌଦ୍ଧ ଜିଲ୍ଲାକୁ ଅବାଧ ପ୍ରବେଶ ହେତୁ ସାଧାରଣ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ଚାରିଛକ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ଗଞ୍ଜାମର କେତେକ ସନ୍ଦିଗ୍ଧଙ୍କ ସହିତ ମିଳାମିଶା ହୋଇ ଫେରିବା ପରେ କାର୍ଯ୍ୟାଳୟକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । ସେପଟେ ଆଜି ତିଲେଶ୍ବର ଅଞ୍ଚଳର ଜଣେ ଚାଷୀଙ୍କ ମୃତଦେହ ତାଙ୍କ ନିଜ ବିଲର ପାଣିରୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.