ETV Bharat / state

ଭସାଣିରେ ଭାସିଯାଇ ଯୁବକ ମୃତ

author img

By

Published : Oct 9, 2022, 9:13 AM IST

Updated : Oct 9, 2022, 1:25 PM IST

ଜାନୁଗଞ୍ଜ ସାହିର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ସାଳନ୍ଦୀ ନଦୀର ବାଉଦପୁର ଘାଟରେ 2 ଜଣ ଯୁବକ ଭାସିଯାଇଥିଲେ । ଗୋଟିଏ ଦିନ ପରେ ଆଉ ଜଣଙ୍କୁ ଉଦ୍ଧାର କରିଛି ଭଦ୍ରକ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

ଦୁର୍ଗାପୂଜା ଭସାଣିରେ ନଦୀରେ ଭାସିଯାଇ ଯୁବକ ମୃତ

ଭଦ୍ରକ: ଜିଲ୍ଲାରେ ଦୁର୍ଗା ପୂଜା ଭସାଣି ଉତ୍ସବ ସମୟରେ ଅଘଟଣ । ଜାନୁଗଞ୍ଜ ସାହିର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ସାଳନ୍ଦୀ ନଦୀର ବାଉଦପୁର ଘାଟରେ 2 ଜଣ ଯୁବକ ଭାସିଯାଇଥିଲେ । ତେବେ ନଦୀରେ ଭାସିଯାଇ ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ଗୋଟିଏ ଦିନ ପରେ ଆଉ ଜଣଙ୍କୁ ଉଦ୍ଧାର କରିଛି ଭଦ୍ରକ ଅଗ୍ନିଶମ ବାହିନୀ ।

ପ୍ରକାଶ ଥାଉ କି, ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ନଦୀର ପ୍ରଖର ସ୍ରୋତରେ 2 ଯୁବକ ଭାସି ଯାଇଥିଲେ । ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଖୋଜ ଖବର ମିଳି ନଥିଲା । ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବାହିନୀ ଅନେକ ଖୋଜା ଖୋଜି ଜାରି ରଖିଥିବା ବେଳେ ଦିନକ ପରେ ନିଖୋଜ ରମାନନ୍ଦ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଦୁର୍ଗା ମୂର୍ତ୍ତି ଭସାଣି କାର୍ଯ୍ୟକ୍ରମରେ ଏପରି ଅଘଟଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟଜଣେ ଭାସି ଯାଇଥିବାବେଳେ ତାକୁ ସ୍ଥାନୀୟ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ଜନ୍ମଗଞ୍ଜ ଗ୍ରାମର ବିଦ୍ୟା ସାରଥୀ ନାୟକ । ସ୍ଥାନୀୟ ଲୋକ ଜଣକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 9, 2022, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.