ETV Bharat / state

ଭଦ୍ରକରେ ଦୁଇଟି ନୂଆ ଥାନା ଉଦଘାଟିତ - Bhadrak

ଅପରାଧକୁ ନିୟନ୍ତ୍ରଣ କରିବା ସହିତ ଅଧିକ ପାଟ୍ରୋଲିଂ ପାଇଁ ଭଦ୍ରକ ଜିଲ୍ଲାରେ ଦୁଇଟି ନୂଆ ଥାନାର ଉଦଘାଟନ ହୋଇଛି । ଅଧିକ ପଢନ୍ତୁ...

ଭଦ୍ରକ ଜ଼ିଲ୍ଲାରେ ଦୁଇଟି ଥାନା ଉଦଘାଟନ
ଭଦ୍ରକ ଜ଼ିଲ୍ଲାରେ ଦୁଇଟି ଥାନା ଉଦଘାଟନ
author img

By

Published : Dec 31, 2020, 8:27 AM IST

ଭଦ୍ରକ: ବୁଧବାର ଜିଲ୍ଲାରେ ଦୁଇ ଦୁଇଟି ନୂଆ ଥାନାର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କକନଫରେନସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ।

ପୀରହାଟ ଓ ସାବରଙ୍ଗ ଫାଣ୍ଡିକୁ ନୂତନ ଭାବେ ଥାନା ଘୋଷଣା କରାଯାଇଥିଲା । ଏହାକୁ ବୁଧବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଭାବେ ଉଦଘାଟନ କରିଥିଲେ। ପୂର୍ବରୁ ପୀରହାଟ ଫାଣ୍ଡି ଚାନ୍ଦବାଲି ଥାନା ଅଧୀନରେ ରହିଥିବା ବେଳେ, ସାବରଙ୍ଗ ଫାଣ୍ଡି ଗ୍ରାମାଞ୍ଚଳ ଥାନା ଅଧୀନରେ ରହିଥିଲା । ଉକ୍ତ ଫାଣ୍ଡିରେ ସେହି ଅଞ୍ଚଳରେ ବହୁ ଲୋକ ଉକ୍ତ ନିର୍ଭର କରିଥାନ୍ତି । ତେବେ ନୂତନ ଭାବେ ଦୁଇଟି ଥାନାର ଉଦଘାଟନ ପରେ ସ୍ଥାନୀୟ ଅଞ୍ଚଳ ବାସୀ ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ଅପରାଧକୁ ନିୟନ୍ତ୍ରଣ କରିବା ସହିତ ଅଧିକ ପାଟ୍ରୋଲିଂ କରିବା ଥାନା ସ୍ଥାପନର ଲକ୍ଷ୍ୟ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ରାଜେସ ପଣ୍ଡିତ । ଥାନାରେ ଜଣେ ଇନସପେକ୍ଟର,ଦୁଇଜଣ ସବଇନସପେକ୍ଟର ଓ ଜଣେ ଏଏସଆଇଙ୍କୁ ନିଯୁକ୍ତି କରାଯାଇଛି ।

ଭଦ୍ରକ ଜ଼ିଲ୍ଲାରେ ଦୁଇଟି ଥାନା ଉଦଘାଟନ

ସାବରଙ୍ଗ ଥାନା ଉଦଘାଟନ ହେବା ପରେ ଉକ୍ତ ଅଞ୍ଚଳର 10 ଟି ପଞ୍ଚାୟତର 46 ଗ୍ରାମକୁ କଭର କରାଯିବ । ଥାନା ଉଦଘାଟନ ସମାରୋହରେ ଭଦ୍ରକର ସାଂସଦ, ବିଧାୟକ, ଆରକ୍ଷୀ ଅଧିକ୍ଷକ, ଜ଼ିଲ୍ଲାପାଳ ଙ୍କ ସହ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.