ଭଦ୍ରକ: ପୋଖରୀ ନିକଟରେ ଥିବା ଏକ ଜୋରରେ ବୁଡି ଦୁଇ ଶିଶୁପୁତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ।
ଖବର ଅନୁଯାୟୀ ଜଳେଶ୍ୱର ପଞ୍ଚାୟତ ନୂଆଗାଁ ଇଛାପୁରର ଧନେଶ୍ୱର ମହାଳିକଙ୍କ ପୁଅ ଜଗା ମହାଳିକ ଓ ନାଲଗୁଣ୍ଡା ପଞ୍ଚାୟତର ଇଟୁଆ ଗାଁର ବେଣୁଧର ମହାଳିକଙ୍କ ପୁଅ ବାପୁନ ମହାଳିକ ମତୋ ପରମାନନ୍ଦପୁର ବଇଦ ପୋଖରୀ ଆଡେ ଯାଇଥିଲେ । ତେବେ ଅନେକ ସମୟ ଧରି ସେମାନେ ସେଠାରୁ ନ ଫେରିବାରୁ, ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀ ନିକଟରେ ଥିବା ଜୋରରେ ସଂଜ୍ଞାହୀନ ଅବସ୍ଥାରେ ସେମାନେ ଭାସୁଥିବାର ନଜର ଆସିଥିଲା । ପରେ ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଉଭୟ ଶିଶୁପୁତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ସେମାନେ ସେଠାକୁ କାହିଁକି ଯାଇଥିଲେ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ