ETV Bharat / state

ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ମହିଳା

ନିଜର ହକ୍ ପାଇଁ ରଣ ହୁଙ୍କାର ଦେଲେ ମହିଳା ସଂଘ । ଅଧିକ ପଢ଼ନ୍ତୁ

ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ମହିଳା
ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ମହିଳା
author img

By

Published : Jun 7, 2022, 9:27 PM IST

ଭଦ୍ରକ : ନିଜର ହକ୍ ପାଇଁ ରଣ ହୁଙ୍କାର ଦେଲେ ମହିଳା ସଂଘ । ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ ମହିଳାମାନେ । ଆଜି ସାଳନ୍ଦୀ ସହରସ୍ତରୀୟ ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିଲା । ଏହି ପ୍ରରିପେକ୍ଷୀରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରୁ ଏକ ବିଶାଳ ମହିଳା ରାଲି ବାହାରି ସହର ପରିକ୍ରମା କରିଥିଲେ ।

ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ମହିଳା

ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି କରିଥିଲେ। ଏପରିକି ମହିଳାମାନେ ନିଜ ଦାବିକୁ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ପୋଲିସ ସହ ଧସ୍ତାଧସ୍ତି କରିବା ସହ ମୁଖ୍ୟ ଗେଟକୁ ଠେଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ତେବେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ଯଦି ଆମ ଅଭିଯୋଗ ପ୍ରଶାସନ କର୍ଣ୍ଣପାତ ନକରନ୍ତି, ତାହାଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.