ETV Bharat / state

ବେଧଡକ ଚାଲିଥିବା ସେକ୍ସ ରାକେଟରେ ଚଢାଉ, 2 ଯୁବତୀ ଓ ଲଜ ମାଲିକ ଗିରଫ

ଭଦ୍ରକ ସହରରେ ଏକ ସେକ୍ସ ରାକେଟ ଠାବ କରିଛି ପୋଲିସ । ଲଜ ମାଲିକକୁ ବାନ୍ଧିଲା ଭଦ୍ରକ ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 15, 2023, 10:31 AM IST

Updated : Oct 16, 2023, 9:05 AM IST

sex racket busted in bhadrak
ବେଧଡକ ଚାଲିଥିବା ସେକ୍ସ ରାକେଟରେ ଛଢାଉ
ବେଧଡକ ଚାଲିଥିବା ସେକ୍ସ ରାକେଟରେ ଛଢାଉ

ଭଦ୍ରକ: ସହରରେ ଚାଲିଥିବା ବେଧଡକ ସେକ୍ସ ରାକେଟ୍‌ । ଭଦ୍ରକ ସହରରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଦୁଇ ଯୁବତୀଙ୍କ ସହିତ 2 ଯୁବକ ଏବଂ ରାଣୀ ମହୁମାଛି ସମେତ ସେକ୍ସ ରାକେଟ୍‌ କାରବାର ହେଉଥିବା ଲଜର ମାଲିକକୁ ଗିରଫ କରିଛି ଭଦ୍ରକ ପୋଲିସ ।

ଖବର ଅନୁଯାୟୀ ଭଦ୍ରକ ସହର ମଧ୍ଯ ଭାଗ ବାଇପାସଠାରେ ଥିବା ଶାଶ୍ୱତ ଲଜରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିଲା । ଏନେଇ ନେଇ ଭଦ୍ରକ ଟାଉନ ଥାନା ପୋଲିସକୁ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଯୋଜନା ମୁତାବକ ପୋଲିସ ଲଜରେ ଅଚନାକ ଚଢ଼ାଉ କରିଥିଲା । ସୂଚନାକୁ ଆଧାର କରି ସମ୍ପୃକ୍ତ ସେକ୍ସ ରାକେଟ୍‌ କାରବାରକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ଲଜ୍‌ ଉପରେ ତିକ୍ଷ୍ଣ ନଜର ରଖା ଯାଇଥିଲା ବୋଲି ଜଣାପଡ଼ିଛି ।

ଶନିବାର ବିଳମ୍ବିତ ସନ୍ଧ୍ୟାରେ ସେଠାରେ ରାକେଟ୍‌ ଚାଲୁଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ନିର୍ଭର ଯୋଗ୍ୟ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ପକ୍ଷରୁ ଗଠିତ ଏକ ସ୍ଵତନ୍ତ୍ର ଟିମ୍‌, ସେହି ଅଞ୍ଚଳ ଉପରେ ନଜର ରଖିବା ସହ ସତ୍ୟତା ଜାଣିବା ପରେ ଶାଶ୍ୱତ ଲଜ୍‌ ଉପରେ ଅଚାନକ ଚଢାଉ କରିଥିଲା । ଚଢ଼ାଉ ବେଳେ ରାକେଟ୍‌ରେ ସାମିଲ ଥିବା ଦୁଇ ଜଣ ଯୁବତୀଙ୍କ ସହିତ ଦୁଇ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଭଦ୍ରକ ଟାଉନ୍‌ ପୋଲିସ । ଏହା ସହିତ ଦେହ ବ୍ୟବସାୟ ଚଲାଉଥିବା ରାଣୀ ମହୁମାଛିକୁ ମଧ୍ୟ ପୋଲିସ ଧରିବାକୁ ସକ୍ଷମ ହୋଇଥିଲା । ଏଥିରେ ସମ୍ପୃକ୍ତ ଶାଶ୍ୱତ ଲଜ୍‌ ମାଲିକଙ୍କୁ ମଧ୍ୟ ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ପୋଲିସ ।

ଏହା ବି ପଢନ୍ତୁ...Sex Racket Busted: ଢେଙ୍କାନାଳରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ସହ ଘର ମାଲିକ ଗିରଫ

ସେଠାରେ ସେକ୍ସ ରାକେଟ୍‌ ଚାଲୁଥିବା ନେଇ କିଛି ପ୍ରମାଣ ପୋଲିସ ପାଇଥିବା ଜଣାପଡ଼ିଛି । ପରେ ଦୁଇ ଯୁବତୀଙ୍କ ସହିତ ଦୁଇ ଯୁବକ ଏବଂ ରାଣୀ ମହୁମାଛି ସମେତ ସେକ୍ସ ରାକେଟ କାରବାର ହେଉଥିବା ଲଜର ମାଲିକକୁ ଭଦ୍ରକ ଟାଉନ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ସେକ୍ସ ରାକେଟ୍‌ କାରବାରରେ ଅନ୍ୟ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୋଲିସ ପକ୍ଷରୁ ଛାନଭିନ ମଧ୍ୟ ଆରମ୍ଭ ହୋଇଛି । ତେବେ ପୂର୍ଣ୍ଣାଙ୍ଗ ତଦନ୍ତ ସରିଲେ ସବୁ କଥା ସାମ୍ନାକୁ ଆସିବ ବୋଲି କହିଛନ୍ତି ଭଦ୍ରକ ସିଟି ଡଏସପି ଅଂଶୁମାନ ଦ୍ଵିବେଦୀ ।

ଏହା ବି ପଢନ୍ତୁ...ପାଟଣାଗଡ଼ରେ ସେକ୍ସ ରାକେଟ ଠାବ, ଦୁଇ ଯୁବକ ଗିରଫ

ଗତକାଲି(ଶନିବାର) କେବଳ ଭଦ୍ରକରେ ନୁହେଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ଏକ ସେକ୍ସ ରାକେଟ ଠାବ ହୋଇଛି । ଏଥିରେ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ପୋଲିସ 2 ଜଣ ଯୁବକଙ୍କ ଗିରଫ କରିଥିବା ବେଳେ ଜଣେ ବଙ୍ଗାଳୀ ଯୁବତୀଙ୍କୁ ଉଦ୍ଧାର କରିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 16, 2023, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.