ଭଦ୍ରକ: ବେଆଇନ କରତକଳରେ ଚଢ଼ାଉ। ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଠାରେ ଦୀର୍ଘଦିନ ହେବ ଚାଲିଥିବା ବେଆଇନ କରତକଳ ଉପରେ ବୁଧବାର ବନବିଭାଗ ଚଢାଉ କରିଛି ।
ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ 4 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଯନ୍ତ୍ରପାତି ଜବତ ହୋଇଥିବା ଜଣାପଡିଛି । ଚଢ଼ାଉ ସମୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବନ୍ତ ତହସିଲଦାର ଓ ଧାମନଗର ବନ ବିଭାଗର କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ