ETV Bharat / state

2 ଅଭିଯୁକ୍ତଙ୍କୁ ଛାଡି ଦେଲା ପୋଲିସ, ଥାନା ସମ୍ମୁଖରେ ଧାରଣା

ଭଦ୍ରକ ଜିଲ୍ଲା କଷିଆ ମେରାଇନ ଥାନା ପୋଲିସ ବିରୋଧରେ ପ୍ରତିବାଦ । ଅଧିକ ପଢନ୍ତୁ...

ପୋଲିସ ବିରୋଧରେ ପ୍ରତିବାଦ , ଥାନା ସମ୍ମୁଖରେ ଧାରଣା

author img

By

Published : Mar 30, 2021, 3:42 PM IST

ଭଦ୍ରକ: ନ୍ଯାୟ ପାଇଁ ପୋଲିସ ବିରୋଧରେ ପ୍ରତିବାଦ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କଷିଆ ମେରାଇନ ଥାନା ପୋଲିସ ବିରୋଧରେ । ଏକ ଚୋରି ମାମଲାରେ ପୋଲିସ 2 ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ଅଭିଯୋଗରେ ପୋଲିସ ବିରୋଧରେ ଧାରଣା ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ପୋଲିସ ବିରୋଧରେ ପ୍ରତିବାଦ , ଥାନା ସମ୍ମୁଖରେ ଧାରଣା

ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା କଷିଆ ମେରାଇନ ଥାନା ଅନ୍ତର୍ଗତ ପାରାପୋଖରୀ ଗ୍ରାମର ବୃଷକେତୁ ବେହେରାଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଏନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଗ୍ରାମବାସୀ ସନ୍ଦିଗ୍ଧ ଭାବେ 2 ଜଣଙ୍କୁ ଏହି ଚୋରି ନେଇ ପଚରାଉଚରା କରିଥିଲେ ବୋଲି ଜଣାପଡିଛି। ତେବେ ସମ୍ପୃକ୍ତ 2 ଜଣ ସନ୍ଦିଗ୍ଧ ଏହି ଚୋରି ଗ୍ରାମବାସୀଙ୍କ ନିକଟରେ ସ୍ବୀକାର କରିଥିବା ବେଳେ ଚୋରି ସମ୍ପର୍କପରେ ସମସ୍ତ ସୂଚନା ମଧ୍ୟ ଦେଇଥିଲେ । ପରେ ଗ୍ରାମବାସୀ ଦୁଇ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ପୋଲିସ ଜିମା ଦେଇଥିଲେ । ହେଲେ ପୁଲିସ ତଦନ୍ତ କରିବା ପରିବର୍ତ୍ତେ ସେମାନଙ୍କୁ ଛାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ପୋଲିସ ବିରୋଧରେ ପ୍ରତିବାଦ କରିବା ସହ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.