ଭଦ୍ରକ: ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ସରକାର ରାଜ୍ୟର ପ୍ରମୁଖ ଜିଲ୍ଲାଗୁଡିକୁ ଶନିବାର ଠାରୁ ଲକ ଡାଉନ ଘୋଷଣା କରିଛନ୍ତି । ଏହାପରେ ଭଦ୍ରକରେ ଜିଲ୍ଲାପାଳ ଯାନବାହାନ ଚଳାଚଳକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଭଦ୍ରକ ପୌରାଞ୍ଚଳରେ ଲକ ଡାଉନ ସମୟରେ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଘରୋଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ସରକାରୀ ଓ ବେସରକାରୀ ଯାନବାହାନ ଚଳାଚଳ କରାଯିବା ନିଷ୍ପତ୍ତି ନିଆଯାଇଛି । ଆସନ୍ତା 29.03.2020 ରାତି 9.00 ଲକ ଡାଉନ ସମୟ ସୀମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ