ETV Bharat / state

ଭଦ୍ରକରେ ନିର୍ବାଚନୀ ହିଂସା: ଭୁଜାଲି ମାଡରେ ଯୁବକ ଗୁରୁତର, ଘଟଣା ସ୍ଥଳରେ IG

author img

By

Published : Mar 24, 2022, 6:00 PM IST

Updated : Mar 24, 2022, 9:17 PM IST

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉତ୍ତେଜନା । ଘଟଣା ଘଟିଛି 9 ନଂ ୱାର୍ଡ 16 ନଂ ବୁଥରେ । ଜଣେ ଯୁବକଙ୍କ ଭୁଜାଲି ମାଡରେ ଅନ୍ୟ ଜଣେ ଯୁବକ ଗୁରୁତର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଛି । ଅଧିକ ପଢନ୍ତୁ

ଭଦ୍ରକରେ ନିର୍ବାଚନୀ ହିଂସା, ଭାଙ୍ଗିଦେଲେ EVM
ଭଦ୍ରକରେ ନିର୍ବାଚନୀ ହିଂସା, ଭାଙ୍ଗିଦେଲେ EVM

ଭଦ୍ରକ: ଭଦ୍ରକରେ ପୁଣି ନିର୍ବାଚନ ହିଂସା। ନିର୍ବାଚନ ହିଂସାରେ ଭୁଜାଲି ମାଡରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଭଦ୍ରକରେ ନିର୍ବାଚନୀ ହିଂସା
ଭଦ୍ରକରେ ନିର୍ବାଚନୀ ହିଂସା

ଏହାକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉତ୍ତେଜନା ଦେଖାଦେଇଛି । ଘଟଣା ଘଟିଛି 9 ନଂ ୱାର୍ଡ 16 ନଂ ବୁଥରେ । ଜଣେ ଯୁବକଙ୍କ ଭୁଜାଲି ମାଡରେ ଅନ୍ୟ ଜଣେ ଯୁବକ ଗୁରୁତର। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଛି।

ଭଦ୍ରକରେ ନିର୍ବାଚନୀ ହିଂସା: ଭୁଜାଲି ମାଡରେ ଯୁବକ ଗୁରୁତର, ଘଟଣା ସ୍ଥଳରେ IG

ସେପଟେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାପାଳ ମେଡିକାଲରେ ପହଞ୍ଚି ଗୁରୁତରଙ୍କ ଅବସ୍ଥା ବୁଝିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଧାମନଗର ବଜାର ତଥା ଥାନା ସମ୍ମୁଖରେ ଉତ୍ୟକ୍ତ ଲୋକମାନେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସବିଶେଷ ତଥ୍ୟ ସୁଦ୍ଧା 8 ପ୍ଲାଟୁନ ପୋଲିସ ଫୋର୍ସ ସହ ଆଇ ଅମିତେନ୍ଦ୍ର ନାଥ ସିହ୍ନା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଆଇଜି ଅମିତେନ୍ଦ୍ର ସିହ୍ନା ।

ଭଦ୍ରକରେ ନିର୍ବାଚନୀ ହିଂସା, ଭାଙ୍ଗିଦେଲେ EVM

ଅନ୍ୟପଟେ ଗଣ୍ଡଗୋଳ ଘଟିଥିବା ବୁଥରେ ଇଭିଏମ ମେସିନ ଭଙ୍ଗାରୁଜା ମଧ୍ୟ ହୋଇଥିବାରୁ ସେଠାରେ ଭୋଟିଂ ବନ୍ଦ ରହିଛି । ଏହାବାଦ ଘଟଣାର ମୁଖ୍ୟ ଅଭିଯୁକ୍ତ ସେକ ଅସ୍ତାକକୁ କଶାବ ମହଲାରୁ ଗିରଫ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 24, 2022, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.