ଭଦ୍ରକ: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠରେ ଚଳିତ ବର୍ଷ ଶ୍ରାବଣ ମାସ ଯାତ୍ରା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମିନା ମିଳିତ ଭାବେ ସମୀକ୍ଷା କରିଛନ୍ତି । ପବିତ୍ର ଶ୍ରାବଣ ମାସ ଯାତ୍ରାରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାର ହଜାର କାଉଡିଆ ଏବଂ ଭକ୍ତଙ୍କ ସୁରକ୍ଷା ନିମନ୍ତେ ସମୀକ୍ଷା କରାଯାଇଛି ।
ସେହିପରି କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟାରିକେଡ ସହ ଆଲୋକ ବ୍ୟବସ୍ଥା କରିବା ପାଇଁ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଛି । ଆଇଜିଙ୍କ ଏହି ସମୀକ୍ଷାରେ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ମଧ୍ୟ ଉପସ୍ଥିତ ରହିଥିଲେ ।