ETV Bharat / state

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକ ବ୍ରତ, ମାକ୍ସ ପିନ୍ଧି ଦର୍ଶନ କରିପାରିବେ ଭକ୍ତ

ପବିତ୍ର ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ହୋଇଉଠିଛି ଆରଡିଧାମ । ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଉଛି । ଏନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ଅଧିକ ପଢନ୍ତୁ

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକ ବ୍ରତ ଆରମ୍ଭ

author img

By

Published : Nov 15, 2021, 5:34 PM IST

Updated : Nov 15, 2021, 5:46 PM IST

ଭଦ୍ରକ: ପବିତ୍ର ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଆଖଣ୍ଡଳମଣିଙ୍କ ମନ୍ଦିର । ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁଙ୍କୁ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥାମାନ କରାଯାଇଛି ।

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକ ବ୍ରତ ଆରମ୍ଭ

ପଞ୍ଚୁକବ୍ରତ ଠାରୁ ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ । ଏହାସହ ଭୋର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ସରିବା ପରେ ବାବାଙ୍କୁ ଦିଗମ୍ବର ଓ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଛି। ଦୈନନ୍ଦିନ ନୀତିକାନ୍ତି ସହ ପଞ୍ଚୁକ ନୀତି ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ହୋଇଥାଏ । ଭାଗବତ ପାରାୟଣ ଓ ହରିହର ଭେଟ ଓ ଦ୍ବାରପାଳ ପୂଜା ଅନୁଷ୍ଠିତ ହୋଇଛି । ବାବାଙ୍କୁ ବଡସିଂହାର ବେଶ କରାଯିବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କର ହରଗୌରୀ ବେଶ ଅନୁଷ୍ଠିତ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 15, 2021, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.