ETV Bharat / state

ସାମ୍ବାଦିକଙ୍କ ବିରୋଧରେ ଫେସବୁକରେ ଅଶାଳୀନ ମନ୍ତବ୍ୟ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା - ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ସମାଜିକ ଗଣମାଧ୍ୟମ (ଫେସବୁକ)ରେ ସାମ୍ବାଦିକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ । ପୋଷ୍ଟ କରିଥିବା ବ୍ୟକ୍ତିକୁ ଗିରଫ ଦାବିରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା । ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କ ବିରୋଧରେ ଫେସବୁକରେ ଅଶାଳୀନ ମନ୍ତବ୍ୟ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

author img

By

Published : Dec 4, 2022, 8:52 PM IST

ଭଦ୍ରକ: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା । ସମାଜିକ ଗଣମାଧ୍ୟମ (ଫେସବୁକ)ରେ ସାମ୍ବାଦିକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ । ପୋଷ୍ଟ କରିଥିବା ବ୍ୟକ୍ତିକୁ ଗିରଫ ଦାବିରେ ଧାରଣା ଦେଇଛନ୍ତି ସାମ୍ବାଦିକ ।

ସାମ୍ବାଦିକଙ୍କ ବିରୋଧରେ ଫେସବୁକରେ ଅଶାଳୀନ ମନ୍ତବ୍ୟ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ ରିୟାଜ ଖାନ ନାମକ ଜନୈକ ଯୁବକ, ଭଦ୍ରକ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଅତ୍ୟନ୍ତ ଅଶାଳୀନ ଶବ୍ଦ ଭିତ୍ତିକ ବାକ୍ୟ ଫେସବୁକରେ ପୋଷ୍ଟ କରିଥିଲା । ପରେ ଏନେଇ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଛି । ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ବାରମ୍ବାର ଏମିତି ପୋଷ୍ଟ କରିଥିଲା । ଥାନାରେ ଏତଲା ପରେ ଯୁବକ ଜଣକ ପୋଷ୍ଟ ଡିଲିଟ କରିଛି ବୋଲି ଜଣାପଡିଛି ।

ତେବେ ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତ ଯୁବକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସାମ୍ବାଦିକମାନେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଧାରଣାରେ ବସିଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଧାରଣାରତ ସାମ୍ବାଦିକ । ତେବେ ଏନେଇ ପୋଲିସ ପକ୍ଷରୁ ସାମ୍ବାଦିକମାନଙ୍କୁ ବୁଝାସୁଝା କରାଯାଉଛି । ହେଲେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.