ଭଦ୍ରକ: ତିହିଡ଼ି ବ୍ଳକରେ ବନ୍ୟା ପ୍ରଭାବିତମାନଙ୍କ ପାଇଁ ଆସିଥିବା ରିଲିଫ ପ୍ରଦାନର ପାତର ଅନ୍ତର ପ୍ରତିବାଦରେ ମହିଳାମାନେ ତହିଡ଼ି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ସରକାରୀ ଦଳ ଚାପରେ ପ୍ରଶାସିନକ ଅଧିକାରୀମାନେ ବାସ୍ତବ ବନ୍ୟା ବିପନ୍ନମାନଙ୍କୁ ରିଲିଫ ପ୍ରଦାନ ନକରି ଦଳୀୟ ଚାପରେ ରିଲିଫ ବାଣ୍ଟିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ଯାହାକୁ ନେଇ ଗ୍ରାମବାସୀ ପ୍ରତିବାଦ କରିବା ସହ ତିହିଡ଼ି ବ୍ଳକ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ କୁବେରା ପଞ୍ଚାୟତ ଦେଉଳି ଗାଁରେ ଆଜିଯାଏଁ ବନ୍ୟା ପାଣି ସମ୍ପୂର୍ଣ୍ଣ ଭାବରେ ଛାଡ଼ି ନ ଥିବାବେଳେ କିଛି ଲୋକଙ୍କର ବନ୍ୟା ପାଣିରେ ଘର ମଧ୍ୟ ଭାଙ୍ଗି ଯାଇଛି । ଏପରି ସ୍ଥଳରେ ରାଜନୈତିକ ଚାପରେ ଏହି ଗାଁକୁ ରିଲିଫରୁ ବାଦ ଦେଇଥିବାରୁ ଏହାର ପ୍ରତିବାଦ କରି ସଂପୃକ୍ତ ଗାଁର ମହିଳାମାନେ ବ୍ଲକର ବିଡ଼ିଓ ଓ ଅଧ୍ୟକ୍ଷାକୁ ଘେରି ଜବାବ ମାଗିବା ସହ ରିଲିଫ ପାଇଁ ଦାବି କରିଥିଲେେ । ବିଡ଼ିଓ ସେମାନଙ୍କ ଦାବିକୁ ଗ୍ରହଣ କରି ଦେଉଳି ଗାଁରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ