ETV Bharat / state

ଏସଏଚଜି ଗ୍ରୁପର ସଦସ୍ୟାଙ୍କଠୁ ଟଙ୍କା ଲୁଟ ! - ଭଦ୍ରକରେ ଲୁଟର ଶିକାର ହେଲେ ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା

ବ୍ୟାଙ୍କରେ ଋଣ ଉଠାଇବାକୁ ଆସିଥିବା ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା ଲୁଟର ଶିକାର ହୋଇଛନ୍ତି ।

Loot in bhadrak
ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
author img

By

Published : Dec 3, 2019, 11:03 PM IST

ଭଦ୍ରକ: ଋଣ ଉଠାଇବାକୁ ଆସି ଲୁଟର ଶିକାର ହେଲେ ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଅଞ୍ଚଳର ଏକ ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା । ଏଭଳି ଘଟଣା ଘଟିଛି ଭଦ୍ରକ ବାଇପାସ ନିକଟସ୍ଥ ଏଚଡ଼ିଏଫସି ବ୍ୟାଙ୍କ ପରିସରରେ । ଏ ସମ୍ପର୍କରେ ଗ୍ରୁପର ସଂପାଦିକା ରାଜଲକ୍ଷ୍ମୀ ପଣ୍ଡା ଥାନାରେ ଏତଲା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନାମୁତାବକ, ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା 1 ଲକ୍ଷ 64 ହଜାର ଟଙ୍କା ଋଣ ଉଠାଇ ଗଣିବା ସମୟରେ 2 ଜଣ ଯୁବକ ସେଠରେ ପହଞ୍ଚିଥିଲେ । ଗୋଟିଏ 5 ଶହ ଟଙ୍କିଆ ବଣ୍ଡଲରେ 3 ଟି ନକଲି ନୋଟ ଥିବା କହି ଏହାକୁ ବଦଳାଇ ଆଣିବାକୁ ସଂପୃକ୍ତ ଦୁଇ ଯୁବକ କହିଥିଲେ ।

ସେ ଉକ୍ତ ଟଙ୍କା ବଣ୍ଡଲକୁ ସେଠାରେ ରଖି କ୍ୟାସ କାଉଣ୍ଟରରୁ ଟଙ୍କା ବଦଳାଇବାକୁ ଯାଇଥିବା ସମୟରେ ଦୁଇ ଯୁବକ ଟଙ୍କା ବଣ୍ଡଲକୁ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ଅଭିଯୋଗକୁ ଭିତ୍ତିକରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LOOT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 03.12.2019

ANCHOR : ଋଣ ଉଠାଇବାକୁ ଆସିଥିବା ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଅଞ୍ଚଳର ଏକ ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା ଲୁଟର ଶୀକାର ହୋଇଥିବା ଜଣାପଡିଛି। ଘଟଣା ଘଟିଛି ଭଦ୍ରକ ବାଇପାସ ନିକଟସ୍ଥ ଏଚଡ଼ିଏଫସି ବ୍ୟାଙ୍କ ପରିସରରେ । ଏ ସମ୍ପର୍କରେ ଗ୍ରୁପର ସଂପାଦିକା ରାଜଲକ୍ଷ୍ମୀ ପଣ୍ଡା ଥାନାରେ ଏତଲା ଦେଇଛନ୍ତି । ଏହି ଗ୍ରୁପର ସଦସ୍ୟା 1 ଲକ୍ଷ 64 ହଜାର ଟଙ୍କା ଋଣ ଉଠାଇ ଗଣିବା ସମୟରେ 2 ଜଣ ଯୁବକ ସେଠରେ ପହଞ୍ଚିଥିଲେ । ଗୋଟିଏ 5 ଶହ ଟଙ୍କିଆ ବଣ୍ଡଲରେ 3 ଟି ନକଲି ନୋଟ ଥିବା କହି ଏହାକୁ ବଦଳାଇ ଆଣିବାକୁ ସଂପୃକ୍ତ ଦୁଇ ଯୁବକ ତାଙ୍କୁ କହିଥିଲେ । Body:ସେ ଉକ୍ତ ଟଙ୍କା ବଣ୍ଡଲକୁ ସେଠାରେ ରଖି କ୍ୟାଶ କାଉଣ୍ଟରରୁ ଟଙ୍କା ବଦଳାଇବାକୁ ଯାଇଥିବା ସମୟରେ ଉକ୍ତ ଦୁଇ ଯୁବକ ଟଙ୍କା ବଣ୍ଡଲକୁ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.