ଭଦ୍ରକ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଜଣେ 14 ବର୍ଷୀୟା ନାବାଳିକାକୁ ଉଦ୍ଧାର କଲା ଭଦ୍ରକ ଚାଇଲଡ ଲାଇନ । ନାବାଳିକା ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଗାଁର ।
ସୂଚନାନୁଯାୟୀ, ନାବାଳିକା ଜଣେ ଦଲାଲ ମାଧ୍ୟମରେ ଚାଲାଣ ହେଉଥିବା ଖବର ପାଇଥିଲା ଭଦ୍ରକ ଚାଇଲଡ ଲାଇନ। ତେବେ ଉକ୍ତ ନାବାଳିକା ଦଲାଲ ସହ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ଯିବା ପାଇଁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲା। ସେହି ସମୟରେ ଚାଇଲଡ ଲାଇନର ସଦସ୍ୟ ମାନେ ପହଞ୍ଚି ସନ୍ଦେହ ଜନକ ଅବସ୍ଥାରେ ଥିବା ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି।
ଘଟଣାରେ ନାବାଳିକାଙ୍କୁ ନେବାକୁ ଆସିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଚାଇଲଡ ଲାଇନର ସଦସ୍ୟମାନେ ପଚରାଉଚୁରା କରିଥିଲେ । ପରେ ରେଳବାଇ ପୋଲିସ ସହଯୋଗରେ ନାବାଳିକାକୁ ଉଦ୍ଧାର କରି ହେପାଜତରେ ପଚରାଉଚୁରା ଜାରି ରଖିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ