ETV Bharat / state

ଭଦ୍ରକରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣେ ଅଟକ

ଜିଲ୍ଲାରେ ଥମୁନି ନକଲି ଜର୍ଦ୍ଦା ତିଆରି । ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ରହିଛି ପୋଲିସ । ଅଧିକ ପଢନ୍ତୁ...

ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣେ ଅଟକ

author img

By

Published : Oct 15, 2020, 9:57 AM IST

ଭଦ୍ରକ: ଜିଲ୍ଲାରେ ଅଧିକାଂଶ ସମୟ ନକଲି ଜର୍ଦ୍ଦା କାରଖାନାରେ ରୀତିମତ ଚଢାଉ ହେଉଛି। ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ମଧ୍ୟ ଜବତ ହେଉଛି। ଅଭିଯୁକ୍ତ ମାନେ ଗିରଫ ହେଉଛନ୍ତି। ହେଲେ ମାଷ୍ଟର ମାଇଣ୍ଡକୁ ଧରି ପାରୁନି ଏସଟିଏଫ କି ପୋଲିସ। ଫଳରେ ଭଦ୍ରକରେ ବଢିଚାଲିଛି ନକଲି ଜର୍ଦ୍ଦାର କଳା କାରବାର।

ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣେ ଅଟକ

ଏହି କ୍ରମରେ ବୁଧବାର ପୁଣି କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ପକ୍ଷରୁ ପୁରୁଣା ବଜାର ଅଞ୍ଚଳର ଏକ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଠିକଣାରେ ଅତର୍କିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ନାମିଦାମୀ କମ୍ପାନୀ ମାନଙ୍କ ଲୋଗୋ ସହ ପ୍ୟାକିଂ ହୋଇଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ନକଲି ଜର୍ଦ୍ଦା ତିଆରି ପାଇଁ ଥିବା ପତି ଜବତ କରାଯାଇଛି।

ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ନକଲି କଳା କାରବାରର ଲିଙ୍କ ବିଷୟରେ ଅଧିକ ଖୋଳତାଡ ଚଳାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.