ETV Bharat / state

ପୁଣି ଦାଦନ ଦୁଃଖ, ଜନ୍ମମାଟିକୁ ଫେରି ନ ପାରି ଫ୍ରିଜରେ ସଢୁଛି ଶ୍ରମିକଙ୍କ ମୃତଦେହ

author img

By

Published : May 13, 2021, 9:29 PM IST

ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶ୍ରମିକ ମୃତ । ଫେରିନପାରି ଫ୍ରିିଜରେ ମୃତଦେହ । ପରିବାରର ଅପେକ୍ଷା । ଅଧିକ ପଢନ୍ତୁ...

ପୁଣି ଦାଦାନ ଦୁଃଖ , ଜନ୍ମମାଟିକୁ ଫେରିନାପାରି ଫ୍ରିଜରେ ସଢୁଛି ଶ୍ରମିକଙ୍କ ମୃତଦେହ

ଭଦ୍ରକ: ଦାଦନ ଖଟିବା ପାଇଁ ଯାଇଥିଲେ ବାହାର ରାଜ୍ୟ । କିନ୍ତୁ ମୃତ୍ୟୁ ପରେ ଜନ୍ମମାଟିକୁ ଫେରିପାରୁନି ମୃତଦେହ । ଶୋକସନ୍ତପ୍ତ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବାବେଳେ ଚାତକ ପରି ମୃତଦେହକୁ ଚାହିଁ ବସିଛନ୍ତି । କିନ୍ତୁ ଫ୍ରିଜରରେ ସଢୁଛି ମୃତଦେହ । ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।

ଘଟଣାନୁସାରେ ମାସିକ ଭଲ ବେତନରେ କାମ କରିବା ପାଇଁ ଭଦ୍ରକ ଜିଲ୍ଲା ତିହିଡି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକ ନିକଟସ୍ଥ ବାରୁଣାଇ ଗାଁର ନାରାୟଣ ରାଉଳଙ୍କ ସହ ହରିୟାଣା ଯାଇଥିଲେ । କିନ୍ତୁ ଚଳିତ ମାସ 9 ତାରିଖରେ ସୁଦର୍ଶନଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ପରିବାର ଲୋକ । ସ୍ବାମୀଙ୍କ ମୃତ୍ୟୁ ପାଇଁ ନେଇଥିବା ବ୍ୟକ୍ତିକୁ ସ୍ତ୍ରୀ ଦାୟୀ କରୁଥିବାବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏବେ ମୃତ ଦେହକୁ ସତ୍କାର କରି ନପାରି ଶୁଦ୍ଧି କ୍ରିୟା ମଧ୍ୟ ପରିବାର କରିପାରୁନଥିବା ଜଣାପଡିଛି ।

ଅପରପକ୍ଷରେ ଏନେଇ ତିହିଡି ଥାନାରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । କିନ୍ତୁ ଅଭିଯୋଗ ପରେ ମଧ୍ୟ ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରି ଏସପିଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇଛନ୍ତି ମୃତ ସୁଦର୍ଶନଙ୍କ ପତ୍ନୀ । ତେବେ ଅଦ୍ୟାବଧି ହରିୟାଣାରେ ମୃତକଙ୍କ ମୃତଦେହ ପଡି ରହିଥିବାବେଳେ ମୃତଦେହ ଚିହ୍ନଟ ହୋଇ ନଥିବାରୁ ଫ୍ରିଜରରେ ରଖାଯାଇଛି ବୋଲି ସୂଚନା ମିଳିଛି ।

ଆର୍ଥିକ ସ୍ଵଛଳ ନଥିବାରୁ ପରିବାର ଲୋକେ ଯାଇ ପାରୁନାହାଁନ୍ତି କି ମୃତଦେହ ଆଣି ଶୁଦ୍ଧିକ୍ରିୟା ମଧ୍ୟ ଶେଷ କରିପାରୁନଥିବା ଦେଖିବାକୁ ମିଳିଛି । ଅସହାୟ ପରିବାର ଏବେ କେବଳ ପ୍ରଶାସନିକ ସାହାଯ୍ୟକୁ ଭରସା କରିଛନ୍ତି । ହେଲେ ଏନେଇ ଜିଲ୍ଲା ପ୍ରଶାସନ କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ କି ମୃତ ସୁଦର୍ଶନଙ୍କୁ ସାଙ୍ଗରେ ହରିୟାଣା ନେଇଥିବା ବ୍ୟକ୍ତି ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.