ETV Bharat / state

Jawad Effect in Bhadrak: କୋହଲା ପବନ ସହ ଜାରି ରହିଛି ଝିପିଝିପି ବର୍ଷା

author img

By

Published : Dec 5, 2021, 5:08 PM IST

Updated : Dec 5, 2021, 5:34 PM IST

ବାତ୍ୟା ଜୱାଦ ଦୁର୍ବଳ ହୋଇଥିଲେ ସୁଦ୍ଧା ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଝିପିଝିପି ବର୍ଷା ଜାରି ରହିଛି । ବର୍ଷାକୁ ନେଇ ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Jawad Effect in Bhadrak: କୋହଲା ପବନ ସହ ଜାରି ରହିଛି ଝିପିଝିପି ବର୍ଷା
Jawad Effect in Bhadrak: କୋହଲା ପବନ ସହ ଜାରି ରହିଛି ଝିପିଝିପି ବର୍ଷା

ଭଦ୍ରକ: ବାତ୍ୟା ଜୱାଦ ଦୁର୍ବଳ ହୋଇଥିଲେ ସୁଦ୍ଧା ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଝିପିଝିପି ବର୍ଷା ଜାରି ରହିଛି । ତା ସହ କୋହଲା ପବନ ମଧ୍ୟ ଜାରି ରହିଛି । ବର୍ଷା ପବନକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାରେ 7ଟି ବ୍ଲକରେ ୧୫୧ ମିଲିମିଟର ବର୍ଷା ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଛି । ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ବର୍ଷାକୁ ନେଇ ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ତେବେ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ ବିଲରେ ପଡ଼ି ରହିଛି । ଚାଷୀ ବିଶେଷ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ ତଳିଆ ଅଞ୍ଚଳରେ ବାତ୍ୟା ଓ ବର୍ଷାର ପ୍ରଭାବ ନଥିବାରୁ କୌଣସି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ । ଏହାକୁ ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବର୍ଷା ଯୋଗୁଁ ଧାନଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ବର୍ଷା କମିଲେ ଖରିଫ ଧାନଚାଷର କ୍ଷୟକ୍ଷତି ବାବଦରେ ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ପାଣି ଜମିନାହିଁ । ବର୍ଷାକୁ ନେଇ ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Dec 5, 2021, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.