ETV Bharat / state

ଦେଶକୁ ମୁକ୍ତି ଦେଇ ଦୁଃଖ ଦୁର୍ଦ୍ଦଶାରେ ସଂଗ୍ରାମୀ ପରିବାର - ଭଦ୍ରକର ସ୍ବାଧୀନତା ସଂଗ୍ରାମୀ

ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଜି ଦୁଃଖଦୁର୍ଦ୍ଦଶାରେ କାଳ କାଟୁଛି । ସବୁ ସୁବିଧାରୁ ବଞ୍ଚିତ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଂଗ୍ରାମୀ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପତ୍ନୀଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ଥିତି ପରଖିଥିଲା ଇଟିଭି ଭାରତ । ଅଧିକ ପଢନ୍ତୁ:

freedom
freedom
author img

By

Published : Feb 10, 2020, 9:54 PM IST

ଭଦ୍ରକ: ଦେଶ ସ୍ବାଧୀନ ହେଲା। ଦେଶବାସୀଙ୍କ ମୁହଁରେ ହସ ଫୁଟିଲା। ହେଲେ ଆଜି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଖିରେ ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ରହୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ଏହା ହେଉଛି ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପରିବାର କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସଚ୍ଚିଦାନନ୍ଦଙ୍କ ମୃତ୍ୟୁର ଦୀର୍ଘ 17ବର୍ଷ ପରେ ବି ବିଧବା ପତ୍ନୀ ସୁଷମା ରାଣୀ ପଣ୍ଡାଙ୍କୁ ମିଳିନି ଏଯାଏଁ ସ୍ଵାଧୀନତା ସଂଗ୍ରାମୀ ଭତ୍ତା । ପଲ୍ଲୀରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି ତାଙ୍କ ପରିବାର । ଏନେଇ ସରକାରଙ୍କ ଠାରେ ବାରମ୍ଵାର ବିନତି କରିବା ସତ୍ତ୍ଵେ ନମିଳିବା, ସରକାରଙ୍କ ଉପହାସ ବୋଲି ବିବେଚନା କରିଛନ୍ତି ସଂଗ୍ରାମୀଙ୍କ ପୁଅ । ଏଥିପାଇଁ ଲଜ୍ଜାବୋଧ କରୁଛନ୍ତି ସଂଗ୍ରାମୀଙ୍କ ପରିବାର।

ସଚ୍ଚିଦାନନ୍ଦ ପଣ୍ଡାଙ୍କ ବିଧବା ପତ୍ନୀ ସୁଷମା ରାଣୀ ପଣ୍ଡାଙ୍କ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ସ୍ଥାନୀୟ ସରପଞ୍ଚ। ତେବେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ ଏନେଇ ସେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଏହା ସମାଧାନ ହେବ ବୋଲି ଆଶା ରଖିଛନ୍ତି ସରପଞ୍ଚ। ଏଥିସହ ଖୁବ ଶୀଘ୍ର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଓ ରାସନ କାର୍ଡ ପ୍ରଦାନ କରିବା ନେଇ ଇଟିଭି ଭାରତକୁ ପ୍ରତିଶ୍ରୁତି ଦେଇଥିଲେ ସରପଞ୍ଚ।

ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:SLUG : WIFE OF FREEDOM FIGHTER
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 06.02.2020 
ANCHOR : ଦେଶ ସ୍ୱାଧୀନ ହେଲା। ଦେଶ ବାସୀଙ୍କ ମୁହଁ ରେ ହସ ଫୁଟିଲା। ହେଲେ ସ୍ଵାଧୀନତା ପାଇଁ ସଂଗ୍ରାମୀଙ୍କ ପରିବାର ଆଖିରେ ଆଜି ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ସରକାର କାହିଁକି ସଙ୍ଗ୍ରାମୀ ଙ୍କ ବିଧବା ପତ୍ନୀଙ୍କୁ ଭତ୍ତା ଦେବାରୁ ବଂଚିତ କରିଛନ୍ତି, ସେନେଇ ଉଠିଛି ପ୍ରଶ୍ନ । ସ୍ଵାଧୀନତା ସଂଗ୍ରାମ ରେ ଝାସ ଦେଇ, ଦେଶକୁ ସ୍ୱାଧୀନ କରି, ଦେଶ ସ୍ୱାଧୀନତା ପାଇଁ ନିଜ ପରିବାର କୁ ଅବହେଳା କରିଥିବା ସଂଗ୍ରାମି ର ବିଧବା ପତ୍ନୀ କୁ, ଭତ୍ତା ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କାହିଁକି ଏତେ ଅବହେଳା ପ୍ରଦର୍ଶନ କରାଯାଇଛି , ସେନେଇ ମଧ୍ଯ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Body:VO_1 : ଦେଶ ସ୍ଵାଧୀନ କରିବା ପାଇଁ ଲହୁ ଢାଳି ଥିଲେ। ପରିବାର ସୁଖ କୁ ପାସୋରି ଜାଇ, ଦେଶ ସ୍ୱାଧୀନତା ପାଇଁ ଅଣ୍ଟା ଭିଡ଼ି ଥିଲେ ମୋ ସ୍ୱାମୀ। ଦେଶ ସ୍ୱାଧୀନ ହେବା ପରେ ଏବେ ମୋ ପରିବାର ଗଡାଉଛି ଲୁହ। ଓୌଷଧ ଟିକେ ଖାଇବା ପାଇଁ ପଇସା ନାହିଁ। ଦି ଓଳି ଦି ମୁଠା, ଏହି ମହରଗ ଯୁଗରେ ଦାନା ଗଣ୍ଡେ ଯୋଗାଡ କରିବା ପାଇଁ ସମ୍ବଳ ମଧ୍ଯ ନାହିଁ। ଏକଥା ବଡ କ୍ଷବର ସହ କୁହନ୍ତି, ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତଃ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ବିଧବା ପତ୍ନୀ ସୁଷମା ରାଣୀ ପଣ୍ଡା। ନଇଁ ଯାଇଥିବା ଭଙ୍ଗା ଚାଳ ଛପର ଘରେ ରହି, ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖୁଥିବା ସଂଗ୍ରାମୀଙ୍କ ପରିବାର, ପଲ୍ଲୀ ରୁ ଦିଲ୍ଲୀ ପର୍ୟ୍ୟନ୍ତ ଦୌଡ଼ି ଦୌଡି ନୟାନ୍ତ ହେଲେ ମଧ୍ୟ, ସଚ୍ଚିଦାନନ୍ଦ ଙ୍କ ମୃତ୍ୟୁର ଦୀର୍ଘ ସତର ବର୍ଷ ପରେ ବି କୌଣସି ସରକାରୀ ସହାୟତା ସହାୟତା ନମିଳିବା କଣ ଦୁର୍ଭାଗ୍ୟ ଜନକ ନୂହେଁ କି। ଏନେଇ ସରକାର ଙ୍କ ଠାରେ ବାରମ୍ଵାର ବିନତି କରିବା ସତ୍ତ୍ଵେ ନମିଳିବା, ସରକାର ଙ୍କ ଉପହାସ ବୋଲି ବିବେଚନା କରି, ନିଜକୁ ଜଣେ ସଂଗ୍ରାମି ପରିବାର ସଦସ୍ୟ କହିବା ପାଇଁ ଲଜ୍ଜାବୋଧ କରୁଛନ୍ତି ସଂଗ୍ରାମୀଙ୍କ ପରିବାର।
Bite_1 : ସୁଷମା ରାଣୀ ପଣ୍ଡା_ସଚ୍ଚିଦାନନ୍ଦ ଙ୍କ ସ୍ତ୍ରୀ
Bite_2 : ଶ୍ରୀକାନ୍ତ ପଣ୍ଡା_ସଚ୍ଚିଦାନନ୍ଦ ଙ୍କ ପୁତ୍ର

VO_2 : ସଚ୍ଚିଦାନନ୍ଦ ପଣ୍ଡା ଙ୍କ ବିଧବା ପତ୍ନୀ ସୁଷମା ରାଣୀ ପଣ୍ଡା ଙ୍କ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ସରପଞ୍ଚ। ତେବେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ସହ ଏନେଇ ସେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଏହା ସମାଧାନ ହେବ ବୋଲି ଆଶା ରଖିଛନ୍ତି ସରପଞ୍ଚ। ଏଥିସହ ଖୁବ ଶୀଘ୍ର ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଏକ ଘର ଓ ରେସନ କାର୍ଡ ପ୍ରଦାନ କରିବା ନେଇ ଇଟିଭି ଭାରତ କୁ ପ୍ରତିଶ୍ରୁତି ଦେଇଥିଲେ ସରପଞ୍ଚ। 
Bite_3 : ଗୟାଧର ନାୟକ_ସରପଞ୍ଚ ଖପରପଦା ପଞ୍ଚାୟତ Conclusion:FVO : ଦେଶର ମୁକ୍ତି ସଂଗ୍ରାମ ରେ ଝାସ ଦେଇଥିବା ଏହି ଦେଶପ୍ରେମୀ ପରିବାର ଆଜି ଦୁଃଖ କସଣ ରେ କାଳ କାଟିବା ଆମ ସରକାର ଙ୍କ ଅପାରଗତା କୁ ଆଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.