ଭଦ୍ରକ: ଜିଲ୍ଲାର ବାସୁଦେବପୁରରେ ଥିବା ବେଆଇନ କାଠ କାରଖାନା ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶକୁ ଗ୍ୟାସ କଟର ସାହାଯ୍ୟରେ କାଟି ଜବତ କରାଯାଇଥିବା ଜଣାପଡିଛି।
ହେଲେ କାଠ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଚଢ଼ାଉରେ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟ ସେଠୀଙ୍କ ଉପସ୍ଥିତିରେ ସହକାରୀ ବନ ସଂରକ୍ଷକ ବିଜୟ ମୋହନ ମହାନ୍ତି, ଜିଲ୍ଲା ବନପାଳ ଜଗନ୍ନାଥ ମିଶ୍ର ଏବଂ ଭଦ୍ରକ ପୋଲିସ ପ୍ରମୁଖ ସାମିଲ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ