ETV Bharat / state

ପୀରହାଟରେ ମଦ ବାର୍ ବନ୍ଦ କରିବା ଦାବି ଜୋର ଧରିଲା - ପୀରହାଟରେ ମଦ ବାର୍

ଭଦ୍ରକ ଜିଲ୍ଲା ତିହିଡି ଥାନା ଦୌଲତପୁର ପଞ୍ଚାୟତ ପୀରହାଟରେ ପ୍ରସ୍ତାବିତ ମଦ ବାର୍ ଖୋଲିବାକୁ ବିରୋଧ । ମଦ ବାର୍ ଖୋଲିଲେ ହେବ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ପୀରହାଟରେ ମଦ ବାର୍ ବନ୍ଦ କରିବା ଦାବି ଜୋର ଧରିଲା

author img

By

Published : May 10, 2022, 8:01 PM IST

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଦୌଲତପୁର ପଞ୍ଚାୟତ ସମେତ ପୀରହାଟରେ ପ୍ରସ୍ତାବିତ ମଦ ବାର୍ ଖୋଲିବାକୁ ବିରୋଧ କରାଯିବା ସହିତ ଚୋରା ମଦ କାରବାର ବନ୍ଦ କରିବା ନେଇ ଦାବି ଉଠିଛି । ଏହାର ବ୍ୟତିକ୍ରମ ହେଲେ ଜନଆନ୍ଦୋଳନ ସହିତ ରାଜରାସ୍ତା ଅବରୋଧ ପରି ଆଇନକୁ ହାତକୁ ନିଆଯିବ ବୋଲି ଦୌଲତପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

ପୀରହାଟରେ ମଦ ବାର୍ ବନ୍ଦ କରିବା ଦାବି ଜୋର ଧରିଲା

ସୂଚନା ମୁତାବକ, ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ନିକଟସ୍ଥ ଏକ କେନାଲ ପାର୍ଶ୍ବରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଦୀର୍ଘଦିନ ଧରି ଏହି ପଞ୍ଚାୟତ ଲୋକଙ୍କ ପକ୍ଷରୁ ଉକ୍ତ ମଦ ବାରକୁ ବିରୋଧ କରାଯାଉଛି । ଅବକାରୀ ବିଭାଗର ପ୍ରଚଳିତ ଆଇନ୍ ଅନୁସାରେ ସମସ୍ତ ଗ୍ରାମାଞ୍ଚଳରେ ମଦ ଦୋକାନ ଗୁଡ଼ିକ ରାଜପଥ, ସ୍କୁଲ, କଲେଜ, ମନ୍ଦିର, ଗାଧୁଆ ତୁଠ ଇତ୍ୟାଦି ଠାରୁ ୫ଶହ ମିଟର ଦୂରରେ ସ୍ଥାପିତ ହେବା ବିଧେୟ ଥିବା ବେଳେ ଉକ୍ତ ମଦ ବାରଟି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଠାରୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ ।

ଉକ୍ତ ସ୍ଥାନରେ ମଦ ଦୋକାନ ଖୋଲାଗଲେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ । ମଦ ଦୋକାନ ସମ୍ମୁଖରେ ଗଭୀର କେନାଲ ଥିବାରୁ ଲୋକମାନେ ମଦ୍ୟପାନ କରି ଉକ୍ତ ନଦୀ ବନ୍ଧରେ ଯିବା ଆସିବା କରିବେ ଓ ନିଶାଶକ୍ତ ଅବସ୍ଥାରେ ଗଭୀର ଜଳରାଶିରେ ପଡି ମୃତ୍ୟୁବରଣ କରିବାର ସମ୍ଭାବନା ଅଛି ।

ତେଣୁ ଯଦି ମଦବାର୍ ଖୋଲାଯାଏ ତେବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଶୃଙ୍ଖଳିତ ପରିବେଶ ନଷ୍ଟ ହେବ । ଯଦି ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଯେଉଁ ଅପ୍ରୀତିକର ପରିସ୍ଥିତି ଓ ପରିବେଶ ସୃଷ୍ଟିହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ମଧ୍ଯ ଦିଆଯାଇଛି। ଶେଷରେ ପୀରହାଟ ଓ ଏହାର ଆଖପାଖ ଅଞ୍ଚଳରେ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ପୀରହାଟ ଆଇଆଇସିଙ୍କୁ ଏକ ପୃଥକ ଦାବିପତ୍ର ପ୍ରଦାନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.