ETV Bharat / state

ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

ଫିସରି ବନ୍ଧ ନିକଟରେ ଥିବା ପୋଖରୀରେ ଯୁବତୀଙ୍କ ମୃତଦେହ ଠାବ । ଶୌଚ ହେବାକୁ ଯାଇଥିବାବେଳେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାବାଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି ।

author img

By

Published : Dec 14, 2019, 11:27 AM IST

bhadrak
bhadrak

ଭଦ୍ରକ: ପୋଖରୀରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଧିଆ ଫିସରି ବନ୍ଧ ନିକଟରେ ଥିବା ପୋଖରୀରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

ସୂଚନା ଅନୁଯାୟୀ, ସକାଳୁ ନିକଟସ୍ଥ ଗ୍ରାମବାସୀ ଫିସରି ବନ୍ଧକୁ ଶୌଚ ହେବା ପାଇଁ ଆସିଥିବାବେଳେ ପୋଖରୀରେ ଜଣେ ଯୁବତୀଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ସୁଦ୍ଧା ମୃତ ଯୁବତୀଙ୍କୁ କେହି ଚିହ୍ନି ପାରିନଥିଲେ । ମୃତ ଯୁବତୀ ସବୁଜ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ କାନରେ ସୁନା ଅଳଙ୍କାର ରହିଛି ।

ପାରିପାର୍ଶ୍ଵିକ ଅବସ୍ଥାରୁ ଯୁବତୀଙ୍କୁ କେହି ଦୃବୁର୍ତ୍ତ ମାରି ପୋଖରୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଯୁବତୀ ଜଣକ ଘର କେଉଁଠାରେ, ସେ ଏହି ସ୍ଥାନକୁ କେମିତି ଆସିଲେ, ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟା ଯାହାକି ସନ୍ଦେହ ଘେରକୁ ଟାଣିନେଇଛି । ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEAD BODY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 14.12.2019

ANCHOR : ପୋଖରୀରୁ ମୃତ ଶରୀର ଠାବ। ହତ୍ୟା ସନ୍ଦେହ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଧିଆ ଫିସରି ବନ୍ଧ ନିକଟରେ ଥିବା ପୋଖରୀରୁ ଭାସମାନ ଅବସ୍ଥାରେ ଜଣେ ଯୁବତୀ ଙ୍କ ମୃତ ଶରୀର ଠାବ। ମୃତ ଯୁବତୀ ଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସକାଳୁ ନିକଟସ୍ଥ ଗ୍ରାମବାସୀ ଫିସରି ବନ୍ଧ କୁ ଶୌଚ ହେବା ପାଇଁ ଆସିଥିବା ବେଳେ ପୋଖରୀରେ ଜଣେ ଯୁବତୀ ଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ସୁଦ୍ଧା ମୃତ ଯୁବତୀ ଙ୍କୁ କେହି ଚିହ୍ନି ପାରିନଥିଲେ। ମୃତ ଯୁବତୀ ସବୁଜ ରଙ୍ଗ ର ନାଇଟ ପିନ୍ଧିଥିବା ବେଳେ କାନ ରେ ସୁନା ଅଳଙ୍କାର ଥିବା ଦେଖିବାକୁ ମିଳିଛି। Body:ଯାହାକି ପରିପାର୍ଶ୍ଵିକ ଅବସ୍ଥାରୁ ଯୁବତୀ ଙ୍କୁ କେହି ଦୃବୁର୍ତ୍ତ ମାରି ପୋଖରୀ କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଯୁବତୀ ଜଣକ ଘର କେଉଁଠାରେ, ସେ ଏଠିକି କେମିତି ଆସିଲେ, ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟା ଯାହାକି ସନ୍ଦେହ ଘେରକୁ ଟାଣିନେଇଛି। ପରେ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.