ଭଦ୍ରକ: ଜିଲ୍ଲାର ଚରମ୍ପାରେ ଜାରି ହେଲା ଧାରା 144 । ପ୍ରବାସୀ ଶ୍ରମିକ ମାନେ ଫେରୁଥିବାରୁ ଏହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ 2ଟାରୁ ବୁଧବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।
ଭଦ୍ରକରେ ଚରମ୍ଫା ଅଞ୍ଚଳରେ ବିଭିନ୍ନ ଜିଲ୍ଲାର ପ୍ରବାସୀ ଟ୍ରେନ ଯୋଗେ ଫେରୁଥିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ଭଦ୍ରକ ଜିଲ୍ଲାରେ ମୋଟ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା 31 ଥିବାବେଳେ 16 ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ କୋରୋନା 15 ଜଣ ଆକ୍ଟିଭ ମାମଲା ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ