ETV Bharat / state

Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

author img

By

Published : Mar 23, 2023, 8:45 PM IST

ରାଜ୍ୟରେ ମନମୋହନଙ୍କ ନେତୃତ୍ବରେ ଲଢିବ ବିଜେପି । ଶକ୍ତିଶାଳୀ ବିଜେଡି ବିରୋଧର ଲଢିବାକୁ ହେଲେ ଜଣେ ଅନୁଭବୀ ନେତାଙ୍କ ଆବଶ୍ୟକତା ରହିଛି ତାହା ବୁଝିଛି କେନ୍ଦ୍ରୀୟ ବିଜେପି । ଫଳରେ ନିର୍ବାଚନ ପୂର୍ବରୁ ସଭାପତି ପରିବର୍ତ୍ତନ କରିଛି । 2024 ଷ୍ଟ୍ରାଟେଜୀ ରଚୁଥିବା ବିଜେପି ଓଡିଶାକୁ ନେଇ ଖେଳିବାକୁ ଯାଉଛି ବଡ ଖେଳ । ଅଧିକ ପଢନ୍ତୁ

Etv Bharat
Etv Bharat
ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

ଭୁବନେଶ୍ବର: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ କଲା କେନ୍ଦ୍ରୀୟ ବିଜେପି । ଓଡିଶା ବିଜେପି ସଭାପତି ଥିବା ସମୀର ମହାନ୍ତିଙ୍କୁ ହଟାଇ ଅନୁଭବୀ ନେତା ମନମୋହନ ସାମଲଙ୍କୁ ଗୁରୁ ଦାୟିତ୍ବ ଦେଇଛି ଦଳ । ଆଜି ବିଜେପି ଜାତୀୟ ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ମନମୋହନଙ୍କୁ ନୂଆ ସଭାପତି ଭାବେ ଦାୟିତ୍ବ ଦେଇଛି ଦଳ । ନିର୍ବାଚନ ପୂର୍ବରୁ ସଭାପତି ପରିବର୍ତ୍ତନ ଏବେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେଉଛି ।

ରାଜ୍ୟରେ ମନମୋହନଙ୍କ ନେତୃତ୍ବରେ ଲଢିବ ବିଜେପି । ଶକ୍ତିଶାଳୀ ବିଜେଡି ବିରୋଧରେ ଲଢିବାକୁ ହେଲେ ଜଣେ ଅନୁଭବୀ ନେତାଙ୍କ ଆବଶ୍ୟକତା ରହିଛି ତାହା ବୁଝିଛି କେନ୍ଦ୍ରୀୟ ବିଜେପି । ଫଳରେ ନିର୍ବାଚନ ପୂର୍ବରୁ ସଭାପତି ପରିବର୍ତ୍ତନ କରିଛି । 2024 ଷ୍ଟ୍ରାଟେଜୀ ରଚୁଥିବା ବିଜେପି ଓଡିଶାକୁ ନେଇ ଖେଳିବାକୁ ଯାଉଛି ବଡ ଖେଳ । ଯାହାର ନେତୃତ୍ବ ନେବେ ମନମୋହନ ସାମଲ। ଅତିବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନୂଆ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତାଙ୍କ ପ୍ରତ୍ୟେକ୍ଷ ରଣନୀତି ଓ ଗୋଟିଚଳାନରେ ଚାଲିବ ରାଜ୍ୟ ବିଜେପି । ଚଳିତ ମାସରୁ ହିଁ ପୁରା ଫର୍ମକୁ ଫେରିବ ଦଳ । ଆଗାମୀ 3 ମାସ ମଧ୍ୟରେ ନୂଆ ସଭାପତି ତାଙ୍କ ଟିମ ଗଠନ କରିବେ । ଟିମ ଗଠନ ପରେ ସାରା ରାଜ୍ୟରେ ଆରମ୍ଭ ହେବ ବିଜେଡି ବିରୋଧରେ କର ବା ମର ଲଢେଇ ।

ଏହାବି ପଢନ୍ତୁ- ସଭାପତି ହେବା ପରେ ମନମୋହନଙ୍କ ପ୍ରତିକ୍ରିୟା, ଜନତା ଯାହା ଚାହିଁବେ ଆମେ ତାହା କରିବୁ

ସେପଟେ ମନମୋହନ ସଭାପତି ହେବା ପରେ ରାଜ୍ୟ ୟୁନିଟରେ ଉତ୍ସବର ମାହୋଲ ଦେଖାଦେଇଛି । ଦଳୀୟ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ମନମୋହନ ଜଣେ ଅଭିଜ୍ଞ ନେତା । ତାଙ୍କ ନେତୃତ୍ବରେ ଆମେ ଲଢିବୁ । ସରକାର କରିବୁ । ବିଧାୟକ ନାଉରୀ ନାୟକ କହିଛନ୍ତି ଜଣେ ସର୍ବସମ୍ପନ୍ନ ଅଭିଜ୍ଞ ନେତା ସଭାପତି ହୋଇଛନ୍ତି । ଦଳକୁ ଏହାର ଫାଇଦା ମିଳିବ ।

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ରାଜ୍ୟବାସୀ ବିଜେପିକୁ ଦେଖିସାରିଛନ୍ତି । କିଏ ସଭାପତି ହେଲେ କିଏ ବଦଳିଲେ କିଛି ପ୍ରଭାବ ପଡିବ ନାହିଁ । ଏପଟେ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମନମୋହନ ସାମଲ ଆଗରୁ ସଭାପତି ଥିଲେ । ଯାହା କରିଥିଲେ ଏବେ ବି ସେୟା କରିବେ । ବିଜେଡିର କୌଣସି କ୍ଷତି ହେବ ନାହିଁ । ତେବେ ଯାହା ନୂଆ ସଭାପତି ମନମୋହନ ସାମଲ ହେବା ପରେ ରାଜ୍ୟ ବିଜେପିକୁ ନୂଆ ଶକ୍ତି ମିଳିପାରେ ।

ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଭାର ତୁଲାଇଥିଲେ । ୨୦୦୪ ବିଧାନସଭା ନିର୍ବାଚନରେ ଧାମନଗରରୁ ନିର୍ବାଚିତ ହୋଇଥିଲେ ମନମୋହନ । ୨୦୦୪ ରୁ ୨୦୦୯ ଯାଏଁ ବିଧାୟକ ଥିବା ମନମୋହନ ମେଣ୍ଟ ସରକାର ସମୟରେ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ବ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଏହାବି ପଢନ୍ତୁ- Mamata meets Naveen: କୌଣସି ରାଜନୈତିକ ଆଲୋଚନା ହୋଇନି କହିଲେ ନବୀନ, ଭଲ ଚର୍ଚ୍ଚା ମିଳିଲା କହିଲେ ମମତା

ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ମନମୋହନଙ୍କୁ ଏହି ଦାୟିତ୍ୱ ଦେଇ ନିର୍ବାଚନ ପ୍ରସ୍ତୁତିକୁ ବିଜେପି ଜୋରଦାର କରୁଥିବା ସଂକେତ ଦେଇଛି । ଧାମନଗର ଉପନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ମୁଖ୍ୟ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ମନମୋହନ । ୧୯୭୯ ମସିହାରେ ଭଦ୍ରକ କଲେଜରେ ପାଠ ପଢୁଥିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପ୍ରତ୍ୟେକ୍ଷ ରାଜନୀତିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.