ଭଦ୍ରକ: ସାମୁଦ୍ରିକ ଝଡ ଫନି ଯିବାର 6 ମାସ ହେଇଗଲାଣୀ । ହେଲେ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ଫସଲ ଜନିତ କ୍ଷତିପୂରଣ ମିଳିପାରିଲା ନାହିଁ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନରେ ବିଳମ୍ବକୁ ବିରୋଧ କରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତବାସୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗତ ଫନି ବାତ୍ୟାରେ କାଁପଡା ପଞ୍ଚାୟତର ଅଧିକାଂଶ ଡାଳୁଅ ଧାନ କ୍ଷତିଗ୍ରସ୍ତ ହୋଇଥିଲା। ସରକାରୀ ସହାୟତା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଏନେଇ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଫଳରେ ତୁରନ୍ତ ସହାୟତା ଦାବିରେ ଚାଷୀ ବିକ୍ଷୋଭ କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ