ETV Bharat / state

Election Violence: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଗାଁରେ ଉତ୍ତେଜନା - ଜାହାଙ୍ଗୀର ପଞ୍ଚାୟତରେ ଉତ୍ତେଜନା

ଭଦ୍ରକ ଜିଲ୍ଲା ଜାହାଙ୍ଗୀର ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Election Violence: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ଗାଁରେ ଉତ୍ତେଜନା

author img

By

Published : Feb 22, 2022, 1:57 PM IST

ଭଦ୍ରକ: ରାଜନୈତିକ ଆକ୍ରୋଶରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକକୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

Election Violence: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ଗାଁରେ ଉତ୍ତେଜନା

ମୃତକ ହେଉଛନ୍ତି ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ । ପ୍ରତାପ ଘରକୁ ଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେକ କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ମାଡ଼ ମାରିବା ପରେ ଲୋକେ ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ଗାଁରେ ଉତ୍ତେଜନା ଦେଖିବା ପାଇଁ ମିଳିଛି । ହେଲେ ଏ ନେଇ ସପକ୍ଷବାଦୀ କି ବିପକ୍ଷବାଦୀଙ୍କ ସହ ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.