ETV Bharat / state

ଭଦ୍ରକ ସାଂସଦଙ୍କ ସ୍ୱାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ଧାରଣାରେ ବସିଲେ ମହିଳା - Allegation against muktikanta mandal

ପୂର୍ବତନ ଧାମନଗର ବିଧାୟକ ତଥା ବର୍ତ୍ତମାନର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ଚକ୍ରାନ୍ତ କରି ଏକ ପରିବାରର ସମସ୍ତ ପୁରୁଷ ମାନଙ୍କ ନାମରେ ମିଛ ମାମଲା ଦାଏର କରାଇଥିବା ଅଭିଯୋଗ ହୋଇଛି। ନ୍ଯାୟ ଆଶାରେ ଧାରଣାରେ ପୀଡିତା ପରିବାର

Allegation against  dhamnagar former mla muktikanta mandal

author img

By ETV Bharat Odisha Team

Published : Sep 12, 2023, 11:58 AM IST

ଭଦ୍ରକ ସାଂସଦଙ୍କ ସ୍ୱାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ଧାରଣାରେ ବସିଲେ ମହିଳା

ଭଦ୍ରକ: ପୂର୍ବତନ ଧାମନଗର ବିଧାୟକ ତଥା ବର୍ତ୍ତମାନର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ଚକ୍ରାନ୍ତ କରି ଏକ ପରିବାରର ସମସ୍ତ ପୁରୁଷ ମାନଙ୍କ ନାମରେ ମିଛ ମାମଲା ଦାଏର କରାଇଥିବା ଅଭିଯୋଗ ହୋଇଛି। ନ୍ଯାୟ ପାଇଁ ପୁରୁଷ ଶୂନ୍ୟ ହୋଇଥିବା ଅସହାୟ ପରିବାରର ସଦସ୍ୟ ମାନେ ପୂର୍ବତନ ବିଧାୟକଙ୍କ ବିରୋଧରେ ସ୍ଲୋଗାନ ଦେଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଭଦ୍ରକ ସାଂସଦଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସୁଗ ପଞ୍ଚାୟତ ଅନ୍ତର୍ଗତ କାଞ୍ଚିଖିଆ ଗ୍ରାମର ଲିପିକା ବାରିକ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାୟୀ, ଏକ ଜମିବାଡି ମାମଲାକୁ ନେଇ ସେମାନଙ୍କ ପରିବାର ସହ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ଅଗଷ୍ଟ 26ତାରିଖରେ ଏକ ମାମଲା ଦାୟର ହୋଇଥିଲା । ଯାହାର ମକଦ୍ଦମା ମଧ୍ୟ ଅଦ୍ୟାବଧି କୋର୍ଟରେ ଚାଲୁଅଛି। ହେଲେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଅପରପକ୍ଷକୁ ସାହାଯ୍ୟ କରିବା ପାଇଁ ସାଂସଦଙ୍କ ସ୍ୱାମୀ ପୋଲିସକୁ ହାତବାରିସୀ କରିଥିବା କହିଛନ୍ତି ଲିପିକା ବାରିକ । ପୋଲିସ ସହ ହାତ ମିଳାଇ ତାଙ୍କ ପରିବାରର ସମସ୍ତ ପୁରୁଷ ମାନଙ୍କ ନାମରେ ମିଥ୍ୟା ମାମଲା କରାଇବାକୁ ଉସକାଉଥିବା ସେ କହିଛନ୍ତି । ଆଉ ମଧ୍ୟ ତାଙ୍କ ପରିବାରର ବୟସ୍କ ବ୍ୟକ୍ତିମାନଙ୍କୁ ମାରି ଦେବା ପାଇଁ ଧମକ ଦେବା ସହ ଘରେ ଏକା ରହୁଥିବା ମହିଳା ମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ସର୍ବ ସାଧାରଣରେ ଲୋକ ଲଗାଇ ପୂର୍ବତନ ବିଧାୟକ ନିନ୍ଦା ଅପବାଦ ଦେଉଥିବା ଅଭିଯୋଗ ଆଣିଛନ୍ତି ।

ଏହାମଧ୍ୟ ପଢନ୍ତୁ..4ଦିନ ହେବ ଦୁଇ ନାବାଳକ ନିଖୋଜ, ପରିବାରକୁ ଭେଟିଲେ ବିଜେପି ନେତା

ଅନ୍ୟପଟେ ଏକ ମୃତ୍ୟୁ ଘଟଣାରେ ଏହି ପରିବାର ଲୋକଙ୍କ ନାମକୁ ଯୋଡି ହତ୍ୟାକାଣ୍ଡ ମାମଲା ଦାୟର ହୋଇଥିଲା । କିନ୍ତୁ ମୃତ ଦେହ ବ୍ଯବଚ୍ଛେଦ ରିପୋର୍ଟରେ ହତ୍ୟାକାଣ୍ଡ ନୁହେଁ ବରଂ ହୃଦଘାତ ଯୋଗୁଁ ସାମାନ୍ୟ ସ୍ଥିତିରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା ବୋଲି ଲିପିକା କହିଛନ୍ତି। ଏହିପରି ଅପଚେଷ୍ଟା ପୂର୍ବତନ ବିଧାୟକଙ୍କର ଇଙ୍ଗିତରେ ହୋଇଥିବା ସେ ଅଭିଯୋଗ କରିଛନ୍ତି । ନ୍ଯାୟ ପାଇବା ଆଶାରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛନ୍ତି ଲିପିକା ବାରିକ ଓ ତାଙ୍କ ପରିବାର । ଏଥିସହ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ନିମନ୍ତେ ଗୁହାରି କରିଛନ୍ତି। ନ୍ଯାୟ ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ନେଇ ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେବାପରେ ପରେ ଧାରଣାରୁ ଓହରିଥିଲେ ପୀଡିତ ପରିବାର। ଅନ୍ୟ ପକ୍ଷରେ ଏହିପରି ଅଭିଯୋଗ ବାବଦରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭଦ୍ରକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.