ETV Bharat / state

27 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, 3 ଯୁବକ ଗିରଫ - brown sugar seized in bhadrak

ଭଦ୍ରକ ଜିଲ୍ଲା ଧୁଷୁରୀ ପୋଲିସ ପକ୍ଷରୁ ଅସୁରାଳି ନିକଟରୁ 265 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଧୁଷୁରୀ ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛିି । ଅଧିକ ପଢନ୍ତୁ...

265 ଗ୍ରାମ ବ୍ରାଉନ ସୁଗାର ଜବତ, ତିନିଜଣ ଯୁବକ ଗିରଫ

author img

By

Published : Mar 3, 2021, 5:01 PM IST

ଭଦ୍ରକ : ଜିଲ୍ଲା ଧୁଷୁରୀ ପୋଲିସ ପକ୍ଷରୁ ଅସୁରାଳି ନିକଟରୁ 265 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଧୁଷୁରୀ ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛିି ।

265 ଗ୍ରାମ ବ୍ରାଉନ ସୁଗାର ଜବତ, ତିନିଜଣ ଯୁବକ ଗିରଫ

ଗିରଫ ଯୁବକମାନେ ହେଲେ ମଣିଭଦ୍ର ସାହୁ, ନିରାକାର ଜେନା ଓ ତ୍ରିଲୋଚନ ଦାସ । ଧୁଷୁରୀ ପୋଲିସ ସେମାନଙ୍କ ନିକଟରୁ 12 ଟା ମୋବାଇଲ, ନଗଦ 31 ହଜାର 800 ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି । ଖବର ଅନୁଯାୟୀ ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ଏମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ । ଯାହାକି ପୋଲିସର ସ୍କାନରରେ ଏମାନେ ରହି ଆସିଥିଲେ । ଧୁଷୁରୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅସୁରାଳି ନିକଟରେ ଚଢାଉ କରି ଏହି ସଫଳତା ପାଇଛି । ଅଭିଯୁକ୍ତ ମାନେ ବ୍ରାଉନସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁ ମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜ଼ିଲ୍ଲା ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ବ୍ରାଉନସୁଗାର ବେପାରୀ ବାଲେଶ୍ୱରରୁ ଧୁଷୁରୀ ଅଞ୍ଚଳକୁ ଆସୁଥିବା ସମୟରେ ପୋଲିସ ଧରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.