ETV Bharat / state

ପାଣି ପାଇଁ ଡହଳବିକଳ କଟାପାଲି ପଞ୍ଚାୟତବାସୀ - odisha

ବରଗଡର କଟାପାଲି ପଞ୍ଚାୟତରେ ପିଇବା ପାଣି ପାଇଁ ବେଶ ସଂଘର୍ଷ କରିବାକୁ ପଡୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 27, 2019, 3:24 PM IST

ବରଗଡ: ପିଇବା ପାଣି ହେଉଛି ଏକ ପ୍ରମୁଖ ଆବଶ୍ୟକତା। ହେଲେ ଏହି ପିଇବା ପାଣିରୁ ବଞ୍ଚିତ ହୋଇଛି ବରଗଡର କଟାପାଲି ପଞ୍ଚାୟତ । ପାଣି ମୁନ୍ଦେ ପାଇଁ 2କିମି ଯିବାକୁ ମଧ୍ୟ ପଡୁଛି।

ବରଗଡର କଟାପାଲି ପଞ୍ଚାୟତ । ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା । ପିଇବା ପାଣି ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ପିଲାଠାରୁ ବୁଢା ପର୍ଯ୍ୟନ୍ତ । ନିର୍ବାଚନ ସମୟରେ ମିଳେ ଅନେକ ପ୍ରତିଶ୍ରୁତି । ହେଲେ ପୂରଣ ହୋଇପାରେନି ଏହି ଆଶା । ପୁଣି ପାଣି ପାଇଁ ଯିବାକୁ ପଡେ ମାଇଲ ମାଇଲ ବାଟ । ଯାହାପାଇଁ ଲୋକେ ବ୍ୟକ୍ତ କରନ୍ତି ନିଜର ଦୁଃଖ ଓ ଅବଶୋଷ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

କଟାପାଲି ପଞ୍ଚାୟତରେ ରହିଛି ଅନେକ ଜଳ ଉତ୍ସ । 11ଟି ପୋଖରୀ ଓ ସରକାରଙ୍କ ପକ୍ଷରୁ 7ଟି ବୋରିଂ ଖୋଳାଯାଇଛି । ହେଲେ କୋଉଟା ବି ପିଇବା ଉପଯୋଗୀ ନୁହେଁ । ତେଣୁ ଗ୍ରାମର ପୁରୁଷଙ୍କୁ ପ୍ରତିଦିନ 2 କିଲୋମିଟର ଯାଇ ପାଣି ଆଣିବାକୁ ପଡେ।ଭୂତତ୍ତ୍ବବିତ୍‌ଙ୍କ ଅନୁସାରେ କଟାପାଳି ଗ୍ରାମରେ ବିଶୁଦ୍ଧ ପାଣିର ସ୍ତର ଭୂପୃଷ୍ଠରୁ ଅତି ନିମ୍ନରେ ରହିଛି । ତେଣୁ ଭୂପୃଷ୍ଠର ୨୦୦ ଫୁଟ ତଳୁ ବାହାରୁଥିବା ପାଣି ମଧ୍ୟ ପିଇବା ଯୋଗ୍ୟ ହୋଇପାରୁନାହିଁ |

ପାନୀୟ ଜଳ ସମସ୍ୟାର ଏକମାତ୍ର ସମାଧାନ ହେଉଛି ନିକଟସ୍ଥ ବରଗାଁର ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏହି ପ୍ରକଳ୍ପରୁ କଟାପାଳି ପଞ୍ଚାୟତବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବାକୁ ଦାବି ହେଉଛି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.