ETV Bharat / state

ସାହାଣି ଫୁଟବଲ କପ ଫାଇନାଲରେ ସୁନ୍ଦରଗଡ଼-ରାଉରକେଲା ମୁହାଁମୁହିଁ

author img

By

Published : Dec 11, 2019, 11:49 PM IST

60ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ବରଗଡ଼କୁ ହରାଇ ଫାଇନାଲରେ ପହଁଞ୍ଚିଲା ସୁନ୍ଦରଗଡ଼ । ଅଧିକ ପଢ଼ନ୍ତୁ...

sahani cup football tournament,  sundargarh and rourkela in sahani cup final
ସାହାଣି ଫୁଟବଲ କପ ଫାଇନାଲରେ ସୁନ୍ଦରଗଡ଼ ରାଉରକେଲା ମୁହାଁମୁହିଁ

ବରଗଡ଼: 60ତମ ସାହାଣୀ ଫୁଟବଲ କପ ଚଳିତବର୍ଷ ଡିସେମ୍ବର 3 ତାରିଖରୁ ବରଗଡ଼ରେ ଆରମ୍ଭ ହୋଇଯାଇଛି । ସାହାଣୀ କପର ଏହି ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପରେ ଭୁବନେଶ୍ବର, ରାଉରକେଲା, ଢେଙ୍କାନାଳ, ସୁନ୍ଦରଗଡ ସହିତ ରାଜ୍ୟର 60ଟି ଫୁଟବଲ ଟିମ ଅଂଶଗ୍ରହଣ କରିଛନ୍ତି । ସାହାଣୀ କପ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପର ସେମିଫାଇନାଲ ପ୍ରତିଯୋଗିତା ବୁଧବାର ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ ଠାରେ ବରଗଡ଼ ଓ ସୁନ୍ଦରଗଡ ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ସୁନ୍ଦରଗଡ ଟିମ ବରଗଡ଼ ଟିମକୁ 4-0 ଗୋଲରେ ପରାଜିତ କରିଛି ।

ସାହାଣି ଫୁଟବଲ କପ ଫାଇନାଲରେ ସୁନ୍ଦରଗଡ଼ ରାଉରକେଲା ମୁହାଁମୁହିଁ

ଚଳିତ ବର୍ଷ ସାହାଣୀ କପ ଫୁଟବଲ ଚାମ୍ପିଆନସିପରେ ବରଗଡ଼ ଜିଲ୍ଲାର 3ଟି ଜୋନରେ ଚାଲିଥିବା ବେଳେ ଢେଙ୍କାନାଳର ଗୋଟିଏ ଜୋନରେ ମଧ୍ୟ ଏହି ପ୍ରତିଯୋଗିତା ହେଉଛି । ତେବେ ବୁଧବାର ସେମିଫାଇନାଲରେ ବରଗଡ଼କୁ ପରାଜିତ କରି ସୁନ୍ଦରଗଡ଼ ଟିମ ବିଜୟୀ ହୋଇଥିବା ବେଳେ ଢେଙ୍କାନାଳ ଜୋନରୁ ରାଉରକେଲା ଟିମ ବିଜୟୀ ହୋଇଛି । ଉଭୟ ଟିମ ଆସନ୍ତା 13 ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ପରସ୍ପରଙ୍କୁ ବରଗଡ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଭେଟିବେ ।ବରଗଡ ଜିଲ୍ଲା ଆଥେଲେଟିକ ଆସୋସିଏସନ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ସାହାଣୀ ଫୁଟବଲ ଟୁରନାମେଣ୍ଟ ଦେଖିବା ପାଇଁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀଙ୍କ ଭିଡ ଲାଗିଥିଲା ପଡିଆରେ । ତେବେ ଆସନ୍ତା 13 ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଦର୍ଶକଙ୍କ ପ୍ରଚୁର ଭିଡ ହେବାର ସମ୍ଭାବନା ରହିଥିବା କହିଛନ୍ତି ଜିଲ୍ଲା କ୍ରିଡା ସଂସଦର ସାଧାରଣ ସମ୍ପାଦକ କିଶୋର ମିଶ୍ର ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:60 ତମ ସାହାଣୀ ଫୁଟବଲ କପ୍ ଚଳିତ ବର୍ଷ ଡିସେମ୍ବର 3 ତାରିଖରୁ ବରଗଡରେ ଆରମ୍ଭ ହୋଇଯାଇଛି |ସାହାଣୀ କପର ଏହି ଆନ୍ତର୍ଜିଲା ଫୁଟବଲ ଚାମ୍ପିଆନସିପରେ ଭୁବନେଶ୍ବର, ରାଉରକେଲା , ଢେଙ୍କାନାଳ , ସୁନ୍ଦରଗଡ ସହିତ ରାଜ୍ୟର ୬୦ ଗୋଟି ଫୁଟବଲ ଟିମ ଏହି ସାହାଣୀ କପରେ ଅଂଶଗ୍ରହଣ କରିଛନ୍ତି | ତେବେ ଏହି ସାହାଣୀ କପ ଆନ୍ତର୍ଜିଲା ଫୁଟବଲ ଚାମ୍ପିଆନସିପର ସେମି ଫାଇନାଲ ପ୍ରତିଯୋଗୀତା ଆଜି ବରଗଡ ଲେଙ୍ଗୁ ମିଶ୍ର ଷ୍ଟେଡିୟମ ଠାରେ ବରଗଡ ଓ ସୁନ୍ଦରଗଡ ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ସୁନ୍ଦରଗଡ ଟିମ ବରଗଡ ଟିମକୁ ୪ ଗୋଳ ଦେଇ ବିଜୟୀ ହୋଇଛି |
Body:ଚଳିତ ବର୍ଷ ସାହାଣୀ କପର ଆନ୍ତର୍ଜିଲା ଫୁଟବଲ ଚାମ୍ପିଆନସିପ ବରଗଡ ଜିଲ୍ଲାର 3 ଟି ଜୋନରେ ଚାଲିଥିବା ବେଳେ ଢେଙ୍କାନାଳର ଗୋଟିଏ ଜୋନରେ ମଧ୍ୟ ଏହି ପ୍ରତିଯୋଗିତା ହେଉଅଛି | ତେବେ ଆଜି ସେମିଫାଇନାଲରେ ବରଗଡରୁ ସୁନ୍ଦରଗଡ ଟିମ ବିଜୟୀ ହୋଇଥିବା ବେଳେ ଢେଙ୍କାନାଳ ଜୋନରୁ ରାଉରକେଲା ଟିମ ବିଜୟୀ ହୋଇଛନ୍ତି | ଉଭୟ ଟିମ ଆସନ୍ତା ୧୩ ତାରିଖରେ ଫାଇନାଲ ମ୍ୟାଚରେ ପରସ୍ପରଙ୍କୁ ବରଗଡ ଲେଙ୍ଗୁ ମିଶ୍ର ଷ୍ଟେଡିୟମ ଠାରେ ଭେଟିବେ |
ବରଗଡ ଜିଲ୍ଲା ଆଥେଲେଟିକ ଆସୋସିଏସନ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ସାହାଣୀ ଫୁଟବଲ ତୁରନାମେଣ୍ଟ ଦେଖିବା ପାଇଁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀଙ୍କ ଭିଡ ଲାଗିରହିଛି ପଡିଆରେ | ତେବେ ଆସନ୍ତା ୧୩ ହେବାକୁ ଥିବା ଫାଇନାଲ ମେଚରେ ଦର୍ଶକଙ୍କ ପ୍ରଚୁର ଭିଡ ହେବାର ଅଧିକ ସମ୍ଭାବନା ରହିଥିବା କହିଛନ୍ତି ଜିଲ୍ଲା କ୍ରିଡା ସଂସଦର ସାଧାରଣ ସମ୍ପାଦକ କିଶୋର ମିଶ୍ର |
ବାଇଟ 1- ଅନିଲ ଦୀପ ( ବରଗଡ ଟିମ )
ବାଇଟ 2- ସ୍ଵାଧୀନ ବଢେଇ ( ସୁନ୍ଦରଗଡ ଟିମ )
ବାଇଟ 3- ଯୁଗଲ ପ୍ରସାଦ ସିଂ (ଜିଲ୍ଲା କ୍ରିଡା ସଂସଦ ଉପସଭାପତି )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.