ବରଗଡ: କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ନିଜର ବର୍ଷକର ସଞ୍ଚିତ ଜମା ରାଶି ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ୍ମାନ ଦର୍ଜି । ସେ ତାଙ୍କର ସଞ୍ଚିତ ଜମା ରାଶି ୨୧୦୦ ଟଙ୍କା ନ୍ୟାସନାଲ କ୍ୟାନ୍ସର ସର୍ଭାଇବର ଡେ ରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ କାମ କରୁଥିବା ଫାଇଟର୍ସ ଗୃଫକୁ ପ୍ରଦାନ କରିଛନ୍ତି ।
ଆୟୁଷ୍ମାନ ତାଙ୍କ ଅଜାଙ୍କୁ କ୍ୟାନ୍ସର ଯୋଗୁଁ ହରାଇଥିବା ବେଳେ ତାଙ୍କ ବଡବାପା ଅଶ୍ବିନୀ କୁମାର ଦର୍ଜୀ ମଧ୍ୟ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ତେଣୁ ଏଥିରେ ପିଡିତ ଥିବା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜ ଜମା ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ସେ ଏଭଳି ସାହାର୍ଯ୍ୟ କରି ଖୁସିଥିବା କହିଛନ୍ତି । ଅନ୍ୟପଟେ ତାଙ୍କର ଏପରି ଚିନ୍ତାଧାରାକୁ ଲୋକେ ପ୍ରଶଂସା କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ