ବରଗଡ: ପଦ୍ମପୁରରୁ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ କଲା ଏସଟିଏଫ । ଏହି ସବୁ ହାତୀ ଦାନ୍ତ ଚୋରାଚାଲାଣ ବେଳେ STF ଚଢାଉ କରି ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ।
ମିଳିଥିବା ସୂଚନା ଅନୁଯାଇ ହାତୀ ଦାନ୍ତ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିବା ଏସଟିଏଫ। ଏନେଇ ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଏସଟିଏଫ ଟିମ୍ ବନବିଭାଗ ଚଢାଉ କରିଥିଲା । ତେବେ ଚଢାଉ ସମୟରେ ଅଭିଯୁକ୍ତ ରମେଶଙ୍କ ନିକଟରୁ ବନବିଭାଗ ଓ STF ୩ କେଜି ଓଜନର ହାତିଦାନ୍ତ ଜବତ କରିଥିଲା । ତେବେ ଏହା ବଲାଙ୍ଗୀରରୁ ଚୋରାଚାଲାଣ ହେଉଥିବା ଜଣାପଡିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ