ETV Bharat / state

ପୁଣି ସକ୍ରିୟ ହେଲେଣି ମାଫିଆ, ନିର୍ବାଚନରେ ସରକାରୀ କଳ ବ୍ୟସ୍ତ ନା ବାହାନା !

ନିର୍ବାଚନ ଯେପରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଭାବରେ ସରିବ ସେ ନେଇ ସରକାରଙ୍କ ସମେତ ସୁରକ୍ଷା ବାହିନୀ ସଜାଗ ଓ ପ୍ରସ୍ତୁତ । ନିର୍ବାଚନକୁ ନେଇ ବରଗଡ ପୋଲିସ ଓ ପ୍ରଶାସନ ବହୁଳ ମାତ୍ରରେ ବ୍ୟସ୍ତ । ଏହା ମାଫିଆ ମାନଙ୍କ ପାଇଁ ଅନୁକୂଳ ସମୟ ନିଜ କାରନାମାର କାୟା ବିସ୍ତାର ପାଇଁ । ମାଫିଆ ଦଳ ବେଫିକର ଭାବରେ ଭୟଶୂନ୍ୟ ହୋଇ ରାଜୁତି କରୁଛନ୍ତି ଜିଲ୍ଲାରେ ।

author img

By

Published : Mar 29, 2019, 12:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ: ରାଜନୀତିର ଉଷ୍ମ ହାୱାରେ ପଲ୍ଲୀ ଠାରୁ ଦିଲ୍ଲୀ ସବୁଆଡେ ମାହୋଲ ସରଗରମ । ନିର୍ବାଚନ ଯେପରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଭାବରେ ସରିବ ସେ ନେଇ ସରକାରଙ୍କ ସମେତ ସୁରକ୍ଷା ବାହିନୀ ସଜାଗ ଓ ପ୍ରସ୍ତୁତ । ନିର୍ବାଚନକୁ ନେଇ ବରଗଡ ପୋଲିସ ଓ ପ୍ରଶାସନ ବହୁଳ ମାତ୍ରରେ ବ୍ୟସ୍ତ । ଏହା ମାଫିଆମାନଙ୍କ ପାଇଁ ଅନୁକୂଳ ସମୟ ନିଜ କାରନାମାର କାୟା ବିସ୍ତାର ପାଇଁ । ମାଫିଆ ଦଳ ବେଫିକର ଭାବରେ ଭୟଶୂନ୍ୟ ହୋଇ ରାଜୁତି କରୁଛନ୍ତି ଜିଲ୍ଲାରେ। ପୋଲିସ ଓ ପ୍ରଶାସନର ବ୍ୟସ୍ତତା ନୁହେଁବାହାନା କରୁଛି ବୋଲି ଅଭିଯୋଗ ରହିଛି । ଜିଲ୍ଲା ସମ୍ପତ୍ତିକୁ ଲୁଟ କରିବାରେ ପୋଲିସ ମାଫିଆଙ୍କ ହାତବାରେସି ସାଜିଛି । ଏହାସହପୋଲିସ ନୀରବଦ୍ରଷ୍ଟା ସାଜିମାଫିଆଙ୍କ ବାଟରେ କଣ୍ଟା ନହୋଇ ନିଜ ପାଉଣା ନେଇ ଖୁସ୍‌ ରହୁଥିବା ଅଞ୍ଚଳବାସୀ ପ୍ରଶ୍ନଉଠାଇଛନ୍ତି ।

ଖବର ଅନୁଯାୟୀ ବରଗଡରେ 18 ତାରିଖରେ ଭୋଟ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ପଦ୍ମପୁର ଅଞ୍ଚଳର ମାଫିଆ ଏବେ ସକ୍ରିୟ | ପଦ୍ମପୁରରେ ମାଫିଆଙ୍କ ଔଦ୍ଧତ୍ୟ କାରନାମା ଦେଖିବାକୁ ମିଳିଛି । କାଠ ମାଫିଆ ଗଛ କାଟି ଜଙ୍ଗଲ ସଫା କରିଦେଲେଣି | ଏନେଇ ଅଞ୍ଚଳବାସୀଙ୍କ ଦ୍ଵାରା ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଧା ପୋଲିସ ଓ ପ୍ରଶାସନ କେଉଁ କାରଣରୁ ନଜରଅନ୍ଦାଜ କରୁଛି ସେ ନେଇ ପ୍ରଶ୍ନମୁଣ୍ଡ ଟେକିଛି ।

ସେହିଭଳି କିଛି ଦିନ ତଳେ ଅନେକ ହାଇୱା, ଡମ୍ଫର ଓ ଜେସିବି ସାହାଯ୍ୟରେ ଓଡିଶାର ବାଲି ବେଆଇନ ଭାବରେ ଛତିଶଗଡକୁ ଚୋରା ଚାଲାଣ କରାଯାଉଥିବା ବେଳେ ଝାରବନ୍ଦ ତହସିଲଦାର ଘଟଣାସ୍ଥଳକୁ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଥିଲେ। ଏହାସହ ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ତହସିଲଦାରଙ୍କ କଥା ଉପରେ ଆଦୌ ଗୁରୁତ୍ଵ ଦେଇନଥିଲା । ଏହି କାରଣରୁ ବାଧ୍ୟ ହୋଇ ତହସିଲଦାର ସମସ୍ତ ଗାଡି ଗୁଡିକୁ କେବଳ ଚାଲାଣ କାଟି ଛାଡି ଦେଇଥିଲେ | ଓଡିଶାରୁ ବାଲି ଛତିଶଗଡକୁ ଚୋରା ଚାଲାଣରେ ସ୍ଥାନୀୟ ପୋଲିସର ହାତ ରହିବା ସହ ପୋଲିସ ବିଭାଗର ଗୋଚରରେ କାରବାର ବଢୁଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ |

ସେହିପରି ଜିଲ୍ଲାର ଝାରବନ୍ଦ ଓ ଜଗଦଲପୁର ଜଙ୍ଗଲ ଭିତରେ ରହିଥିବା ଖଣିଜ ପଥର ଗୁଡିକର ଚୋରା ଚାଲାଣ ମଧ୍ୟ ଆରମ୍ଭ ହୋଇଯାଇଛି | ଓଡିଶା ରାଜସ୍ୱକୁ ଚୋରି କରିବାରେ ଖୋଦ୍‌ ରାଜ୍ୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି | ଏହି ଅଞ୍ଚଳରେ ମାଫିଆଙ୍କ ସଙ୍ଗେ ପୋଲିସର ସମ୍ପୃକ୍ତି କାରଣରୁ ସମଗ୍ର ଜଙ୍ଗଲ ନଷ୍ଟ ହେବା ସଙ୍ଗେ ବହୁ ଖଣିଜ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ଏହି ଅଞ୍ଚଳରେ ସରକାରଙ୍କ କୋଟିକୋଟି ରାଜସ୍ୱହାନୀ ହେଉଛି । ତଥାପି ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସରକାରୀ କଳର କାର୍ଯ୍ୟକଳାପ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

SLUG-ELEPHANT DEATH
AVB-MRUTYUNJAY SENAPATI,MAYURBHANJ
DATE-27.03.2019
ANCHOR-ସଂକଟରେ ଗଜରାଜ, 11 କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଣି ଏକ ମାଇ ହାତୀ ର  ମୃତ। ମୟୁରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜ ଅସନବଣି ଜଙ୍ଗଲରେ ଏହି ମାଇ ହାତୀ ର ଗଳିତ ଶବ କୁ ଠାବ କରିଛି  ବନବିଭାଗ ତେବେ ହାତୀ ର ମୃତ୍ୟୁ 3 ରୁ 4 ଦିନ ପୂର୍ବରୁ ହୋଇ ଥିବା ଅନୁମାନ କରାଯାଉଛି। ଆଜି ଅସନବଣି ଗ୍ରାମବାସୀ କୌଣସି କାରଣରୁ ଜଙ୍ଗଲ କୁ ଯାଇଥିବା ବେଳେ ହାତୀ ର ମୃତ ଦେହ ପଡିଥିବା ଦେଖି ବନବିଭାଗ କୁ ଖବର ଦେଇଥିଲେ। କିଛିଦିନ ପୁର୍ବରୁ ଝାରଖଣ୍ଡ ରାଜ୍ୟ ଦଳମା ଜଙ୍ଗଲରୁ 25 ରୁ ଉର୍ଦ୍ଧ୍ବ ହାତୀ ନିଳୀଗିରି ଅଭିମୁଖେ ଯାଇଥିଲେ ,ନିଳୀଗିରି ଜଙ୍ଗଲରୁ ଝାରଖଣ୍ଡ ଫେରିବା ବାଟରେ ହାତୀ ଟିର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ତେବେ ହାତୀ ଙ୍କ ସୁରକ୍ଷା ପାଇଁ ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗ ସଜାଗ ଥିବା ବେଳେ ହାତୀ ର ମୃତ୍ୟୁ ଜାଣିନପାରିବା ସମସ୍ତଙ୍କୁ ଚକିତ କରିଛି। ତେବେ ବିଦ୍ୟୁତ ବିଭାଗ ର ଘନଘନ ବିଦ୍ୟୁତ କାଟ ପରେ ବି ବିଦ୍ୟୁତ ବିଭାଗର ଅବହେଳା ପାଇଁ ବାରମ୍ବାର ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଅନ୍ୟପକ୍ଷରେ ବନବିଭାଗ ବି ହାତୀ ମୃତ୍ୟୁ ର ଟେର ନ ପାଇବା ବିଭାଗ ର ପରିବାପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବାଇଟ-ରାମେଶ୍ବର ସରେନ-ସରପଞ୍ଚ-ଦୁର୍ଗାପୁର ଗ୍ରାମ ପଞ୍ଚାୟତ
ବାଇଟ-ଗ୍ରାମବସି
ବାଇଟ-ଘନଶ୍ୟାମ ସିଂ-ରେଞ୍ଜର-ବେତନଟୀ ରେଞ୍ଜ
VISUAL AND BYTE MOJO RE ACCHI
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.