ବରଗଡ଼: ସଦର ଥାନା ଅନ୍ତର୍ଗତ ଚକରକେନ୍ଦରେ ଥିବା ମାତୃଛାୟା ଅନୁଷ୍ଠାନରେ ଯୌନକାରବାର ଅଭିଯୋଗ । ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଓ ପୋଲିସ ଆରମ୍ଭ କରିଛି ଚଢ଼ାଉ ।
କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଅନୁଷ୍ଠାନରେ ରଖିବାର ନିୟମ ରହିଥିବାବେଳେ ବେଆଇନ ଭାବେ ଜଣେ 15 ବର୍ଷୀୟ ନାବାଳିକାକୁ ରଖାଯାଇଥିଲା । ପରେ ସେହି ନାବାଳିକାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହେବାପରେ ସେଠାରେ ସେକ୍ସ କାରବାର ଚାଲିଥିବା ଅଭିଯୋଗ ଆସିଛି ।
ନାବାଳିକାର କହିବା ଅନୁଯାୟୀ ରାତିରେ ବଡ଼ବଡ଼ିଆ ଲୋକ ସେଠାକୁ ଆସନ୍ତି ଏବଂ ମାତୃଛାୟାର ଉପର ମହଲାରେ ବଡ଼ ପଲଙ୍କ ରହିଥିବା ଦୁଇଟି ରୁମକୁ ବ୍ୟବହାର କରାଯାଇଥାଏ । ରାତି ୧୧ ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଏହି କାରବାର ଚାଲିଥାଏ । ଯାହାକୁ ମୁଁ ନିଜେ ଦେଖିଛି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ନାବାଳିକା । ଘଟଣା ପ୍ରକାଶ ହେବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ମାତୃଛାୟାରେ ଆରମ୍ଭ କରିଦେଇଛି ତଦନ୍ତ ।
ଘନଉଛି ମାତୃଛାୟା ଘଟଣା, ଯୌନକାରବାର ଚାଲିଥିବା ଅଭିଯୋଗ - alligation i
ମାତୃଛାୟା ଆଶ୍ରୟଗୃହରେ ଜଣେ ନାବାଳିକାକୁ 60 ହଜାର ଟଙ୍କାରେ ବିକ୍ରି ପରେ ଏବେ ଫିଟୁଛି ଅନୁଷ୍ଠାନର କଳାକାରନାମା । ମାତୃଛାୟାରେ ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ।
ବରଗଡ଼: ସଦର ଥାନା ଅନ୍ତର୍ଗତ ଚକରକେନ୍ଦରେ ଥିବା ମାତୃଛାୟା ଅନୁଷ୍ଠାନରେ ଯୌନକାରବାର ଅଭିଯୋଗ । ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଓ ପୋଲିସ ଆରମ୍ଭ କରିଛି ଚଢ଼ାଉ ।
କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଅନୁଷ୍ଠାନରେ ରଖିବାର ନିୟମ ରହିଥିବାବେଳେ ବେଆଇନ ଭାବେ ଜଣେ 15 ବର୍ଷୀୟ ନାବାଳିକାକୁ ରଖାଯାଇଥିଲା । ପରେ ସେହି ନାବାଳିକାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହେବାପରେ ସେଠାରେ ସେକ୍ସ କାରବାର ଚାଲିଥିବା ଅଭିଯୋଗ ଆସିଛି ।
ନାବାଳିକାର କହିବା ଅନୁଯାୟୀ ରାତିରେ ବଡ଼ବଡ଼ିଆ ଲୋକ ସେଠାକୁ ଆସନ୍ତି ଏବଂ ମାତୃଛାୟାର ଉପର ମହଲାରେ ବଡ଼ ପଲଙ୍କ ରହିଥିବା ଦୁଇଟି ରୁମକୁ ବ୍ୟବହାର କରାଯାଇଥାଏ । ରାତି ୧୧ ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଏହି କାରବାର ଚାଲିଥାଏ । ଯାହାକୁ ମୁଁ ନିଜେ ଦେଖିଛି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ନାବାଳିକା । ଘଟଣା ପ୍ରକାଶ ହେବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ମାତୃଛାୟାରେ ଆରମ୍ଭ କରିଦେଇଛି ତଦନ୍ତ ।
କେବଳ ୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମାତୃଛାୟାରେ ରଖିବାର ନିୟମ ରହିଥିବା ବେଳେ ବେଆଇନ ଭାବେ ଜଣେ ନାବାଳିକାଙ୍କୁ ସେଠାରେ ମାତ୍ର ୬ ଦିନ ରଖିଲା ପରେ ତାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହେବାପରେ ମାତୃଛାୟା ଭିତରେ କଲା ରାତିରେ ଭଦ୍ରମୁଖାଙ୍କ ଚାଲିଥିବା କଲାକାରନାମା ବିଷୟରେ ଜଣାପଡିଥିଲା । ନାବଳିକାଙ୍କ କହିବା ଅନୁଯାୟୀ ରାତିରେ ବଡ଼ବଡ଼ିଆ ଲୋକଙ୍କ ଗତାଗତ ସେଠାକୁ ହେଉଛି ଏବଂ ମାତୃଛାୟାର ଉପର ମହଲାରେ ବଡ଼ ପଲଙ୍କ ରହିଥିବା ଦୁଇଟି ରୁମକୁ ବ୍ୟବହାର କରାଯାଇଥାଏ ଐୟାସି ପାଇଁ । ରାତି ୧୧ ଟା ରୁ ଭୋର ୩ ଟା ପର୍ଯ୍ୟନ୍ତ କାରବାର ଚାଲିଥିବା ଘଟଣା ନାବାଳିକା ଜଣକ ପ୍ରକାଶ କରିବା ପରେ ତତ୍ପର ହୋଇଉଠିଥିଲା ପ୍ରଶାସନ ଏବଂ ମାତୃଛାୟା ରେ ଆରମ୍ଭ କରିଦେଇଛି ତଦନ୍ତ ।
ତେବେ ଝିଅ ଜଣକ ମିଥ୍ୟା ଆରୋପ ଲଗାଉଛି ବୋଲି ମାତୃଛାୟା ର ପରିଚାଳକ କହିବା ସହିତ ପୋଲିସ ଜୋର ଜବରଦସ୍ତ ଆଣି ଝିଅ ମାନଙ୍କୁ ସେଠାରେ ରଖିଚାଲିଯାଉଛି ବୋଲି ପୋଲିସ ମୁଣ୍ଡରେ ଭୁଲ ଲଦିଦେଇଛନ୍ତି ।
Body:ମାତୃଛାୟା ପରିଚାଳକ ସେହି ମହିଳାଙ୍କୁ ରଖିବା ପରେ ଶିଶୁ କଲ୍ୟାଣ ବିଭାଗ କୁ କିମ୍ବା ଜିଲ୍ଲା ସମାଜ କଲ୍ୟାଣ ବିଭାଗ କୁ ମଧ୍ୟ ଜଣାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଯେଉଁ ଯୁବକ ସହିତ ନାବାଳିକାଙ୍କୁ ଛାଡ଼ିଛନ୍ତି ସେ ଯୁବକ ସହିତ କୌଣସି ପ୍ରକାରର ଲେଖାପଢ଼ା ହୋଇନାହିଁ ଯାହା ସମ୍ପୂର୍ଣ୍ଣ ବେଆଇନ । ବର୍ତ୍ତମାନ ସେହି ଯୁବକ ନାବାଳିକାଙ୍କୁ ଛାଡି ଚାଲିଯିବାରୁ ଘଟଣାଟି ସାମନାକୁ ଆସିଛି ନହେଲେ ଏପରି ଆହୁରି ବହୁ ଘଟଣା ଗୁପ୍ତ ରହିଯାଇଥିବା ଚର୍ଚ୍ଚା ହେଉଛି।
କିଛି ମାସ ତଳେ ମାତୃଛାୟା ର ଜଣେ ଅନ୍ତେବାଶିନୀ ଙ୍କର ମୃତ ଶରୀର ମାତୃଛାୟା ନିକଟରେ ଏକ ନିଛାଟିଆ ଅଞ୍ଚଳରେ ପଡ଼ିରହିଥିଲା ଯାହାର ସତ୍ୟତା ଆଜି ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ମାତୃଛାୟା ରେ କେତେ ମହିଳା ରହୁଛନ୍ତି ସେମାନଙ୍କର ସ୍ଥିତି ସମ୍ୱନ୍ଧୀୟ ତଥ୍ୟ ମଧ୍ୟ ଠିକ ସମୟରେ ପ୍ରଶାସନକୁ ପରିଚାଳକ ଜଣାଉନଥିବା ଅଭିଯୋଗ ହେଉଥିବା ବେଳେ ମାତୃଛାୟା ର କାରନାମା ଉପରେ ବଢ଼ିଚାଲିଛି ଲୋକଙ୍କ ସନ୍ଦେହ ।
ବାଇଟ ୧- ଉଦ୍ଧାର ହୋଇଥିବା ନାବାଳିକା
ବାଇଟ ୨- ବିଭୁଦତ୍ତ ତ୍ରିପାଠୀ ( ମାତୃଛାୟା ପରିଚାଳକ )
ବାଇଟ 3- ମଞ୍ଜୁ ଏକ୍କା ( ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ )
Conclusion: