ETV Bharat / state

ମିଳିଲାନି ନ୍ୟାୟ, ଥାନା ଘେରିଲେ ଦଳିତ ପରିବାର

ସାମାଜିକ ବାସନ୍ଦ କରାଯାଇଥିବାରୁ ପ୍ରତିବାଦ । ଗାଇସିଲେଟ ଥାନା ଘେରିଲେ ଶତାଧିକ ଦଳିତ ପରିବାର । ଅଧିକ ପଢନ୍ତୁ...

protest in front of gaisilet police station by local people in bargarh
ଥାନା ଘେରିଲେ ଦଳିତ ପରିବାର
author img

By

Published : Jul 10, 2021, 9:13 AM IST

ବରଗଡ: ସାମାଜିକ ବାସନ୍ଦ କରାଯାଇଥିବାରୁ ଥାନା ଘେରିଲେ ଏକାଧିକ ଦଳିତ ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗୌରେନମୁଣ୍ଡାରେ । ସୂଚନା ଅନୁସାରେ, ଏଠାରେ ବସବାସ କରୁଥିବା ଏକାଧିକ ହରିଜନ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା । ଘଟଣାକୁ ମାସେରୁ ଅଧିକ ସମୟ ବିତିଲାଣୀ ।

ଥାନା ଘେରିଲେ ଦଳିତ ପରିବାର

ହେଲେ ପୋଲିସ ଏଥିରେ ହସ୍ତକ୍ଷେପ କରି ନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା । ଯାହାକୁ ବିରୋଧ କରି ଏକାଧିକ ପରିବାର ଲକ୍ଷେ ଘରେ ଗଣ୍ଡା ସମାଜ ଆନୁକୂଲ୍ୟରେ ବିଭିନ୍ନ ନାରାବାଜି କରିବା ସହ ଗାଇସିଲେଟରେ ଏକ ରାଲି କରିଥିଲେ ।

ପରେ ଗାଇସିଲେଟ ଥାନା ସମ୍ମୁଖରେ ଶତାଧିକ ମହିଳା ଧାରଣା ଦେଇଥିଲେ । ଦୀର୍ଘ ଘଣ୍ଟା ଧରି ଆନ୍ଦୋଳନ ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଥିଲେ । ଆନ୍ଦୋଳନକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବରଗଡରୁ ରାଜେସ ସରାପ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.