ETV Bharat / state

ବିଜେପୁରରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ - candidate

ମତଦାନର ଦିନକ ପୂର୍ବରୁ ବିଜେପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ପ୍ରାକ୍ ନିର୍ବାଚନୀ ହିଂସା । ଏହି ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Apr 17, 2019, 3:58 PM IST

Updated : Apr 17, 2019, 4:09 PM IST

ବରଗଡ: ମତଦାନ ପୂର୍ବରୁ ବିଜେପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ପ୍ରାକ୍ ନିର୍ବାଚନୀ ହିଂସା । ଏଠାକାର ବିଜେପି ପ୍ରାର୍ଥୀ ସନଥ ଗଡ଼ତିଆଙ୍କ ଉପରେ ବିଜେଡ଼ି ଦଳର କିଛି କର୍ମୀ ଆକ୍ରମଣ କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବିଜେପୁର ବ୍ଲକର କନ୍ଧରା ଗ୍ରାମରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଉପରକୁ ଇଟା ଓ ପଥର ଫିଙ୍ଗି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରି ଆକ୍ରମଣକୁ ଗ୍ରାମବାସୀ ନିନ୍ଦା କରିଥିବା ବେଳେ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

ଏହି ଆକ୍ରମଣରେ ସନତଙ୍କ ଗାଡିର ଆଗପଟ କାଚ ଭାଙ୍ଗି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡ଼ିର ଏପରି ଆକ୍ରମଣ ଦଳୀୟ ସମର୍ଥକଙ୍କୁ ଭୟଭୀତ କରିବା ପାଇଁ କରାଯାଇଥିବା ସନ୍ଦେହ କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଲୋକେ ଏପରି କାର୍ଯ୍ୟ କରିବା ଦୁଃଖର ବିଷୟ । ଆଜିଠାରୁ ଯଦି ଏପରି ହେଲାଣି ତେବେ ଆଗକୁ କଣ ନ ହେବ ବୋଲି ଲୋକେ ଆଲୋଚନା କରିବା ଆରମ୍ଭ କରି ଦେଲେଣି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

dsfd

Conclusion:
Last Updated : Apr 17, 2019, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.