ETV Bharat / state

ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ହଡପ, 2 ନିଲମ୍ବିତ - ୯ ଲକ୍ଷରୁ ଅଧିକ ଟଙ୍କା ହଡପ

ବରାହଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସର ସହକାରୀ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ୯ ଲକ୍ଷରୁ ଅଧିକ ଟଙ୍କା ହଡପ କରିଥିବା ସ୍ବୀକାର କରିଛନ୍ତି । ଏହି ଘଟଣାରେ ପୋଷ୍ଟମାଷ୍ଟର ଓ ସହକାରୀ ପୋଷ୍ଟମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି ।

bargarh
ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ହଡପ, 2 ନିଲମ୍ବିତ
author img

By

Published : Jan 15, 2020, 3:03 PM IST

Updated : Jan 16, 2020, 9:23 AM IST

ବରଗଡ: ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ । ବରଗଡ ବ୍ଲକ ବରାହଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସର ସହକାରୀ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକଙ୍କ ନିଜେ ଟଙ୍କା ହଡପ କରିଥିବା ସ୍ବୀକାର କରିଛନ୍ତି । ଏହି ବ୍ରାଞ୍ଚରେ ୧୦୦୦ରୁ ଅଧିକ ଜମାକାରୀଙ୍କ ଖାତା ଥିବା ବେଳେ ପାଖାପାଖି ୨୦୦ ଜମାକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ସୂଚନା ମିଳିଛି । ସହକାରୀ ପୋଷ୍ଟ ମାଷ୍ଟରଙ୍କୁ ଡାକ ବିଭାଗ ତରଫରୁ ନିଲମ୍ବନ କରାଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ସେହିପରି ପୋଷ୍ଟ ମାଷ୍ଟର କହ୍ନେୟା ଲାଲ ଭୋଇଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ହଡପ, 2 ନିଲମ୍ବିତ

ବରଗଡ ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା, ଆରଡି ଓ ସଞ୍ଚୟ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ । ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଥିବା ବେଳେ ଏହି ରାଶି ପୋଷ୍ଟ ଅଫିସରେ ଜମା ହୋଇନଥିଲା । ଏହାପରେ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ତାଙ୍କୁ ବରଗଡ ଟାଉନ ଥାନାରେ ଜିମା ଦିଆଯାଇଥିଲା । ଏହାପରେ ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇଥିବା ସ୍ଵୀକାର କରିଥିଲେ | ତେବେ ପୂର୍ବରୁ ଜମାକାରୀ ମାନଙ୍କର ଖାତାକୁ ସଂଗ୍ରହ କରି ରମେଶ ଖାତାରେ ପ୍ରମାଣ ଥିବା ପୃଷ୍ଠା ଗୁଡିକୁ ଚିରିଦେଇଥିବାରୁ କିପରି ଜମାକାରୀ ମାନେ ଟଙ୍କା ଫେରିପାଇବେ ସେନେଇ ଏବେ ଚିନ୍ତାରେ ପଡିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ପୋଷ୍ଟ ଅଫିସରେ ଅର୍ଥ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ କରିଦିଆଯାଇଥିବା ଭଳି ଅଭିଯୋଗ ଆସିଛି ବରଗଡ ବ୍ଲକ ବରାହଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସରେ | ଏହି ବ୍ରାଞ୍ଚରେ ୧୦୦୦ ରୁ ଅଧିକ ଜମାକାରୀଙ୍କ ଖାତା ଥିବା ବେଳେ ପାଖାପାଖି ୨୦୦ ଜମାକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ଆସିଛି | ସ୍ଥାନୀୟ ସହକାରୀ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ଙ୍କର ନାମରେ ଏହି ଅଭିଯୋଗ ଆସିବାପରେ ବରଗଡ ଟାଉନ ପୋଲିସ ଟଙ୍କା ହଡପକାରୀଙ୍କୁ ଗିରଫ କରି ଏହାର ତଦନ୍ତ ଚଳାଇଥିବା ବେଳେ ପୋଷ୍ଟାଲ ବିଭାଗ ପକ୍ଷରୁ ବାରହାଗୁଡ଼ା ପୋଷ୍ଟ ମାଷ୍ଟର ଙ୍କୁ ନିଲମ୍ବିତ କରାଯାଇଛି |
Body:ବରଗଡ ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା , ଆରଡି ଓ ସେଭିଙ୍ଗ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସ ର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଛି କିନ୍ତୁ ଏହି ରାଶି ପୋଷ୍ଟ ଅଫିସ ରେ ଜମା ହୋଇନଥିବାରୁ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ଜମାକାରୀଙ୍କ ଲକ୍ଷାଧିକ ଟଙ୍କା, ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ରମେଶ କୁ ବରଗଡ ଟାଉନ ଥାନାରେ ଦେଇଥିଲେ ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇନେଇଥିବା ସ୍ଵୀକାର କରିଥିଲେ | ତେବେ ପୂର୍ବରୁ ଜମାକାରି ମାନଙ୍କର ଖାତାକୁ ସଂଗ୍ରହ କରି ରମେଶ ଖାତାରେ ପ୍ରମାଣ ଥିବା ପୃଷ୍ଟା ଗୁଡିକୁ ଫାଡିଦେଇଥିବା ବେଳେ କିପରି ଜମାକାରୀ ମାନେ ତାଙ୍କର ଟଙ୍କା ଫେରିପାଇବେ ସେନେଇ ଏବେ ଚିନ୍ତାରେ ପଡିଛନ୍ତି |
Conclusion:ଜମାକାରୀ ମାନଙ୍କ ଖାତାରେ ରହିଥିବା ପ୍ରମାଣ ଅନୁଯାୟୀ ପୋଷ୍ଟ ଅଫିସ ପକ୍ଷରୁ ଜମାକାରୀ ତାଙ୍କର ଟଙ୍କା ଫେରିପାଇବେ ବୋଲି କୁହାଯାଉଥିବା ବେଳେ ବହୁ ଜମାକାରୀଙ୍କର ଖାତାର ପ୍ରୁଷ୍ଠା ଫଡାଯାଇଛି ତେବେ ସେହି ଜମାକାରୀ ମାନେ ନିଜର ଟଙ୍କା ପାଇପାରିବେ ନା ନାହି ତାହା ଏବେ ସନ୍ଦେହରେ | ତେବେ ଏହି ଘଟଣାରେ ବିଭାଗ ପକ୍ଷରୁ ବରହାଗୁଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଥିବା କହ୍ନେୟା ଲାଲ ଭୋଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଯାଇଛି |
ବାଇଟ ୧ - ମନବୋଧ ସାହୁ (ଜମାକାରୀ )
ବାଇଟ ୨ - ରୋହିତ ସାହୁ (ଜମାକାରୀ )
ବାଇଟ ୩- ନିଲୁ ଭୋଇ (ଜମାକାରୀ )
ବାଇଟ ୪- ଶିବ ଭୁଏ (ପୋଷ୍ଟ ମାଷ୍ଟର ତୋରା )

Last Updated : Jan 16, 2020, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.