ବରଗଡ: ପାଇକମାଳକୁ NAC ମାନ୍ୟତା ଦାବିରେ 48 ଘଣ୍ଟିଆ ବନ୍ଦ ଡାକରା । ପାଇକମାଳକୁ NAC ଘୋଷଣା ସହିତ ବିଭିନ୍ନ ଦାବି ନେଇ ଆଜିଠାରୁ ଦୁଇ ଦିନିଆ ପାଇକମାଲ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ପଞ୍ଚାୟତ ଉପନିର୍ବାଚନକୁ ଆଖି ଆଗରେ ରଖି ପଦ୍ମପୁରବାସୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ପାଇକମାଳବାସୀ ମଧ୍ୟ NAC ମାନ୍ୟତା ସହିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ 48 ଘଣ୍ଟିଆ ପାଇକମାଳ ବନ୍ଦ ଡାକରା ଦେଇଛନ୍ତି ।
ଏହାବି ପଢନ୍ତୁ- Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି
ପାଇକମାଲ ଅଞ୍ଚଳର ସମସ୍ତ ଦୋକାନ, ବଜାର, ହୋଟେଲ, ଲଜ, ପନିପରିବା ମାର୍କେଟ ଆସନ୍ତା 48 ଘଣ୍ଟା ଅର୍ଥାତ ଦୁଇ ଦିନ ପାଇଁ ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିବ । ପାଇକମାଲ ରେ ଏକ ଅତ୍ୟାଧୁନିକ CHC, ପାଇକମାଲକୁ ଏନଏସିର ମାନ୍ୟତା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ ପାଇକମାଲରେ ଏକ ଗ୍ରୀଡ ପ୍ରତିଷ୍ଠା ଦାବିକୁ ନେଇ ଆଜି ଅଞ୍ଚଳର ଅନେକ ସଂଗଠନ ଓ ସଂଘର କର୍ମକର୍ତ୍ତା ମାନେ ଏହି ବନ୍ଦରେ ସାମିଲ ହୋଇଛନ୍ତି ।
ଏହାବି ପଢନ୍ତୁ- ପଦ୍ମପୁର ଫାଇଟ: ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ପ୍ରତିଶୃତି ଦେବାପରେ ପାଇକମାଳବାସୀ ମଧ୍ୟ ତାଙ୍କ ଅଞ୍ଚଳର ବିକାଶ ନିମନ୍ତେ ପାଇକମାଳକୁ NAC ପାଇଁ ଦାବି ରଖିଛନ୍ତି ।
ଇଟିଭି ଭାରତ, ବରଗଡ